ଇଟାମାଟି ଥାନା ତରଫରୁ ସାଇବର ସୁରକ୍ଷା ଅଭିଯାନ

0 77

ଇଟାମାଟି : ସାଇବର ସୁରକ୍ଷା ବିଷୟରେ ବିଶେଷ ଜ୍ଞାନ ନଥିବା ଏବଂ ସଚେତନତା ଅଭାବରୁ ଛାତ୍ରଛାତ୍ରୀ,ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ଅନେକ ସାଇବର ଠକାମୀର ଶିକାର ହେଉଛନ୍ତି । ସାଇବର କ୍ରାଇମ୍‌ ଅପରାଧର ଏମିତି ଏକ ଶାଖା ଯାହା ଅନଲାଇନ୍‌ ମାଧ୍ୟମରେ ଲୋକମାନଙ୍କୁ ଠକିଥାନ୍ତି ଅପରାଧୀମାନେ । ଏହି ଠକାମୀରେ ପଡିଥିବା ବ୍ୟକ୍ତି ବିଶେଷ ଯଥାଶୀଘ୍ର ଅଭିଯୋଗ କରିବାର ଆବଶ୍ୟକତା ଅଛି ତେବେ ପୋଲିସ୍‌ ଅପରାଧୀ ପାଖରେ ପହଞ୍ଚିବାରେ ସକ୍ଷମ ହୋଇପାରିବ ବୋଲି ଇଟାମାଟି ଥାନା ତରଫରୁ ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଇଟାମାଟି ଥାନା ଅଧିକାରୀ ଦିଲ୍ଲିପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏବଂ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମରେ ଇଟାମାଟି ଗ୍ରାମ ପଞ୍ଚାୟତ ସରପଞ୍ଚ ସ୍ୱପ୍ନେଶ୍ୱରୀ ସେଠୀ, ପଞ୍ଚାୟତ ସମିତି ସଭ୍ୟା ଗୋଲାପରାଣୀ ସେଠୀ, ସମାଜସେବୀ ଓ ବୁଦ୍ଧିଜୀବୀ ଅଜିତ କୁମାର ସାହୁ,ବଣିକ ସଂଘ ସଭାପତି କିଶୋର ଚନ୍ଦ୍ର ନାୟକ, ନାଏବ ସରପଞ୍ଚ ମାନସ କୁମାର ସାହୁ ଅତିଥି ଭାବେ ଯୋଗଦେଇଥିଲେ । ବିଦ୍ୟାଳୟର ଏନ୍‌. ସି. ସି. ଅଫିସର ଶ୍ରୀହର୍ଷ ମହାପାତ୍ରଙ୍କ ତତ୍ତ୍ୱାବଧାନରେ କ୍ୟାଡେଟମାନେ ବିଭିନ୍ନ ପ୍ଲା କାର୍ଡ ଧରି ଡ୍ରିଲ୍‌ ତଥା ଶୋଭାଯାତ୍ରା ମାଧ୍ୟମରେ ସଚେତନତାର ବାର୍ତ୍ତା ପ୍ରଚାର କରିଥିଲେ । ଶିକ୍ଷକ ମଳୟ କୁମାର ଦେହୁରୀ ଓ ରୋଜାଲିନ ପଣ୍ଡାଙ୍କ ଦ୍ୱାରା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ “ଓଡିଶାରେ ସାଇବର ଅପରାଧକୁ ହ୍ରାସ କରିବାରେ ଶିକ୍ଷାର ଭୂମିକା’ ଶୀର୍ଷକ ବକ୍ତୃତା ପ୍ରତିଯୋଗିତାର ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଶୁଭାଶିଷ ସାହୁ, ଜାଗୃତି ଯାଜ୍ଞସେନୀ, ସୁରେଶ କୁମାର ସାହୁ ପ୍ରମୁଖ କ୍ରମାନ୍ୱୟରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଶିକ୍ଷକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ଚିନ୍ମୟୀ ନାୟକ, ଆଦିତ୍ୟ ପ୍ରସାଦ ଦାସଙ୍କ ସଂଯୋଜନାରେ ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ୍‌ ବିଦ୍ୟାଳୟର ଛାତ୍ରୀ ସ୍ମୃତିରେଖା ଓ ପଲକ୍‌, ନାରାୟଣୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅର୍ପିତା, ସିମରନ୍‌, ନନ୍ଦିନୀ, ବର୍ଷା ଏବଂ ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ରୀ କାଜଲ୍‌ ସାହୁ ନୃତ୍ୟ ପରିବେଷଣ କରିଥିଲେ । ସାଇବର ସୁରକ୍ଷା ସଚେତନତା ରଥକୁ କ୍ରୀଡା ଶିକ୍ଷୟିତ୍ରୀ ଦେବସ୍ମିତା ନାୟକ, ସମାଜସେବୀ ପ୍ରଦୀପ କୁମାର ସେଠୀ ଏବଂ ଇଟାମାଟି ଥାନା ପୋଲିସ୍‌ ବିଭାଗର କର୍ମଚାରୀମାନଙ୍କ ତତ୍ୱ ।ବଧାନରେ ଛାତ୍ରଛାତ୍ରୀ,ଅବିଭାବକ, ବୁଦ୍ଧିଜୀବୀମାନେ ସ୍ୱାଗତ କରିଥିଲେ । ପରିଶେଷରେ ଭୁବନେଶ୍ୱର କଳାକାରମାନେ ସାଇବର ସୁରକ୍ଷା ସଚେତନତା ଆଧାରିତ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ ।

hiranchal ad1
Leave A Reply

Your email address will not be published.

eight + nineteen =