ଓଡିଶା କ୍ଷେତ ମଜୁଦୂର୍‌ ୟୁନିୟନ ପକ୍ଷରୁ ଦାବିପତ୍ର ପ୍ରଦାନ

0 160

ଦଶପଲ୍ଲା : ଅଖିଳ ଭାରତ ଏଗରିକଳଚର୍‌ ୱାର୍କର୍ସ ୟୁନିୟନ୍‌ ସହବନ୍ଧିତ ଓଡ଼ିଶା କ୍ଷେତ ମଜଦୂର ୟୁନିୟନ ଦଶପଲ୍ଲା ବ୍ଲକ୍‌ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଚାରି ଦଫା ଦାବିପତ୍ର ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ପ୍ରଦାନ କରାଯାଇଛି । ଦାବି ଗୁଡ଼ିକ ହେଲା ମନରେଗା ଯୋଜନାରେ ସରକାର ଅଧିକ ବ୍ୟୟ ବରାଦ କରି ଦୈନିକ ଛଅ ଶହ ଟଙ୍କା ମଜୁରୀରେ ବର୍ଷକୁ ଦୁଇଶହ ଦିନର କାମ ଦେବା, ଏଥିରେ ଥିବା କଟକଣା ଯଥା ଅନ ଲାଇନରେ ଦିନକୁ ଦୁଇଥର ଉପସ୍ଥାନ ଦେବା, ଜାତି ଭିତ୍ତିରେ ମଜୁରୀ ପ୍ରଦାନ କରିବା ନିୟମକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଅନ୍ତୁ,ଠିକାଦାର ଓ ମେସିନ ଦ୍ୱାରା ହେଉଥିବା କାମକୁ ବନ୍ଦ କରାଯାଉ ।
ଓଡ଼ିଶାରେ କ୍ଷେତ ମଜଦୂର ମାନଙ୍କ ପାଇଁ କଲ୍ୟାଣ ବୋର୍ଡ ଗଠନ କରି ସାମାଜିକ ସୁରକ୍ଷା ପ୍ରଦାନ କରାଯାଉ । ୬୦ବର୍ଷରୁ ଉର୍ଦ୍ଧ୍ୱ କ୍ଷେତ ମଜଦୂର ମାନଙ୍କୁ ମାସିକ ୩୦୦୦ଟଙ୍କା ପେନସନ ପ୍ରଦାନ କରାଯାଉ । ସମସ୍ତ ଭୂମି ହିନ ମାନଙ୍କୁ ଘରଡିହ ଓ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଉ । କୃଷି ଶ୍ରମିକ ମାନଙ୍କ ନିମନ୍ତେ କେନ୍ଦ୍ରୀୟ ଆଇନ୍‌ ପ୍ରଣୟନ କରାଯାଉ । ଓଡ଼ିଶା କ୍ଷେତ ମଜଦୂର ୟୁନିୟନ ଦଶପଲ୍ଲା ବ୍ଲକ୍‌ କମିଟି ପକ୍ଷରୁ ସାଧୁ ଚରଣ ନାୟକ, ବିରଞ୍ଚି ନାଏକ, ମଦନ ନାଏକ ଓ ବିପିନ୍‌ ବଜୁ ପ୍ରମୁଖ ପ୍ରତିନିଧି ମଣ୍ଡଳୀ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

9 + 13 =