କଳାହାଣ୍ଡି କୁର୍ମୀ କ୍ଷେତ୍ରୀୟ ସଂସ୍ଥା ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

0 124

ଭବାନୀପାଟଣା: କଳାହାଣ୍ଡି କୁର୍ମୀ କ୍ଷେତ୍ରୀୟ ଅଞ୍ଚଳ ସଂସ୍ଥା ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିନକୁ ପାଳନ କରିବା ଉଦ୍ଦେଶ୍ୟରେ ପୁରୁଣା ପଡାରୁ ମାଣିକେଶ୍ୱରୀ ଉଚ୍ଚ ବିଦ୍ୟାଳୟ ଛକ ଠାରେ ଥିବା ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ କୁର୍ମୀ ଭାଇ ଭଉଣୀ ଏକ ରାଲିରେ ଯାଇ ଶ୍ରୀ ପଟେଲଙ୍କ ପ୍ରତିମୂର୍ତ୍ତିଙ୍କ ଠାରେ ପୁଷ୍ପ ମାଲ୍ୟ ଦେଇ ରାଷ୍ଟ୍ରୀୟ ଏକତା ଦିବସ ସମ୍ପର୍କରେ ସ୍ଲୋଗାନ ଦେଇ ପଟେଲଙ୍କ ସମ୍ପର୍କରେ ସ୍ମୃତି ଗାନ କରାଯାଇଥିଲା । ଏହି ଉତ୍ସବରେ କୁଳାଧିକାରୀ ତ୍ରିଭୁବନ ପ୍ରଧାନ, ସଭାପତି ଅଶ୍ୱିନୀ ପ୍ରଧାନ, ଉପ ସଭାପତି ଜନ୍ମେଞ୍ଜୟ ପ୍ରଧାନ, ସମ୍ପାଦକ ଭାବଗ୍ରାହୀ ନାୟକ, ସହ ସମ୍ପାଦକ ବିଶ୍ୱରଂଜନ ପ୍ରଧାନ, ସାଙ୍ଗଠନିକ ସମ୍ପାଦକ କୃଷ୍ଣ ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ସୁଜିତ ପ୍ରଧାନ, ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ନାୟକ, ପ୍ରଦେଶ ସଭ୍ୟ ଗଙ୍ଗାଧର ପ୍ରଧାନ ଓ ସୀତାକାନ୍ତ ପ୍ରଧାନ, ଶିକ୍ଷକ ନେତା ମଧୁ ସୁଦନ ପ୍ରଧାନ, ରାଜ୍ୟ ମହିଳା ନେତ୍ରୀ ମିନତୀ ପ୍ରଧାନ, ସ୍ୱପ୍ନା ପ୍ରଧାନ, ଧରିତ୍ରୀ ପ୍ରଧାନ, କାଉନସିଲଲ ରଂଯୁକ୍ତା ପ୍ରଧାନ, ଜୟନ୍ତୀ ନାୟକ,ସୁରେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ପଟେଲଙ୍କ ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।

hiranchal ad1
Leave A Reply

Your email address will not be published.

thirteen + 6 =