ଜୀବନ୍ତ ବଜ୍ରକାପ୍ତ ଉଦ୍ଧାର, ଅଭିଯୁକ୍ତ ଗିରଫ

0 56

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡିଆଳ ବନ ବିଭାଗ ଅଧୀନସ୍ଥ ବଙ୍କାପୁର ଗ୍ରାମର ଛତା ଗ୍ରାମ ନିକଟରେ ଜୀବିତ ବଜ୍ରକାପ୍ତ କାରବାର ବେଳେ ଓଡ଼ିଶା ଟାକ୍ସଫୋର୍ସ ଦ୍ୱାରା ଚଢାଉ କରିଛନ୍ତି । ଏହି ଚଢାଉ ବେଳେ ଜଣେ ଅଭିଯୁକ୍ତ ରଞ୍ଜନ କୁମାର ସାହୁଙ୍କୁ ଗିରଫ କରାଯାଇଥିବା ବେଳେ ଜୀବିତ ବଜ୍ରକାପ୍ତକୁ ଉଦ୍ଧାର ହୋଇଅଛି । ମହେନ୍ଦ୍ର ସାଇଲୋ ଗାଡ଼ିକୁ ଜବତ୍‌ କରିଛନ୍ତି । ଅଭିଯୁକ୍ତ ରଞ୍ଜନ କୁମାର ସାହୁ କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅଧିନସ୍ଥ କୁହୁରାର କଣ୍ଟାମାଳ ଗ୍ରାମର ବୋଲି ଜଣାପଡିଛି । ଏହି ଘଟଣାକୁ ନେଇ ଓଡ଼ିଶା ଟାକ୍ସଫୋର୍ସ ପକ୍ଷରୁ କେଶ ନମ୍ୱର ୨୫/୩୧.୧୦.୨୦୨୩ ମାମଲା ରୁଜୁ କରିଛନ୍ତି । ଭାରତୀୟ ଦଣ୍ଡ ସଂହିତା ମୁତାବକ ଧାରା ୩୭୯/୪୨୨/୧୨୦ (ବି) ରେ ରୁଜୁ ହୋଇଅଛି । ୫୧ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ରୁଜୁ ହୋଇଅଛି । ଅଭିଯୁକ୍ତଙ୍କୁ ଖଡିଆଳ ଏସଡିଜେଏମ କୋର୍ଟରେ ଚାଲାଣ କରାଯାଇଅଛି । ଜୀବିତ ବଜ୍ରକାପ୍ତ ବନ୍ୟ ପ୍ରାଣୀକୁ ଖଡିଆଳ ଡିଏଫଓଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

seventeen + 3 =