ଖଇନି ବ୍ୟବସାୟୀଙ୍କ ଘରେ ଜିଏସଟି ଚଢାଉ

0 72

 ଆଠଗଡ଼:କଟକ ଜିଲ୍ଲା ବଡମ୍ବା ବ୍ଲକର ବେଲିଆପାଳ ଗ୍ରାମରେ ୩ ଜଣ ଖଇନି ବ୍ୟବସାୟୀଙ୍କ ଘରେ ଜିଏସଟି ଚଢାଉ କରିଛି। ଟିକସ ଫାଙ୍କିବା ଅଭିଯୋଗରେ ଭୁବନେଶ୍ୱର ଜିଏସଟି କମିଶନର ଅଶୋକ ଜେନା ୧୫ ଜଣିଆ ଟିମ୍ ସହ ପୋଲିସ ଅଧିକାରୀଙ୍କୁ ନେଇ ଚଢାଉ କରିଥିଲେ। ବେଲିଆପାଳରେ ବେଆଇନ କାର୍ଯ୍ୟ ଚଳାଉଥିବା ମା’ ଦୁର୍ଗା ଖଇନି,ମହାବୀର ଖଇନି, ଦୁର୍ଗା ଖଇନି କମ୍ପାନୀରେ ଚଢ଼ାଉ ହୋଇଛି । ଏହି ଚଢ଼ାଉ ସମୟରେ ବ୍ୟବସାୟୀଙ୍କ କମ୍ପ୍ୟୁଟର, କିଣା ବିକାର ବିଭିନ୍ନ କାଗଜପତ୍ର, ଷ୍ଟକ, ସିସିଟିଭି ହାର୍ଡଡିସ୍କ , ମୋବାଇଲ ଆଦି ବିଭିନ୍ନ କାଗଜପତ୍ର ନିଜ ହେପାଜତକୁ ଯାଞ୍ଚ ପାଇଁ ନେଇଛନ୍ତି ଜିଏସଟି ଟିମ୍ । ବିଭାଗ ପକ୍ଷରୁ ସମସ୍ତ କାଗଜପତ୍ର ଆଦି ହେପାଜତକୁ ନିଆଯାଇ ଯାଞ୍ଚ ସକାଶେ ବ୍ୟବସାୟୀଙ୍କୁ ତାଙ୍କର କିଣାବିକା ସମ୍ବନ୍ଧିତ କାଗଜପତ୍ର ୩ ଦିନ ମଧ୍ୟରେ ପ୍ରଦାନ କରିବାକୁ ନୋଟିସ ଦିଆଯାଇଥିବା ସୁଚନା ମିଳିଛି। 

hiranchal ad1
Leave A Reply

Your email address will not be published.

thirteen + 20 =