ବୌଦ୍ଧ ଜିଲ୍ଲାରେ ବୁଲିଲା ପୋଷ୍ୟସନ୍ତାନ ଗ୍ରହଣ ସଚେତନତା ରଥ

0 60

ବୌଦ୍ଧ,୨୩/୧୧:- ନଭେମ୍ବରମାସକୁ ଆର୍ନ୍ତଜାତୀୟ ପୋଷ୍ୟସନ୍ତାନ ଗ୍ରହଣ ସଚେତନତା ମାସଭାବେ ପାଳନ କରାଯାଉଛି । ଏହି ପରିପେକ୍ଷୀରେ ଆଜି ଜିଲ୍ଲା ଶିଶୁସୁରକ୍ଷା ବିଭାଗ ବୌଦ୍ଧ, ମହିଳା ଓ ଶିଶୁବିକାଶ ବିଭାଗ, ଓଡିଶା ସରକାରଙ୍କ ଆନୁକୂଲ୍ୟରେ ପୋଷ୍ୟସନ୍ତାନ ଗ୍ରହଣ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ମୁଖ୍ୟଅତିଥି ଭାବରେ ଯୋଗଦେଇ ସବୁଜ ପତାକା ଦେଖାଇ ଏହାକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଇନଗତ ପୋଷ୍ୟସନ୍ତାନ ଗ୍ରହଣର ବ୍ୟବସ୍ଥା ଏବଂ ପୋଷ୍ୟ ସନ୍ତାନଗ୍ରହଣ ଅଧିନିୟମ-୨୦୨୨ ଉପରେ ସଚେତନତା ସୃଷ୍ଟିିକରିବା । ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ରାହୁଳ ପ୍ରଧାନ ଏହାର ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଅଭିଭାଷଣ ରଖିଥିଲେ । ସମ୍ମାନିତ ଅତଥି ଭାବରେ ଜିଲ୍ଲାଶିକ୍ଷା ଅଧିକାରୀ ବୌଦ୍ଧ ଗେନ୍ଦ୍ରା କୁଜୁର ଉପସ୍ଥିତ ଥିଲେ । ପିତୃମାତୃହୀନ, ପରିତ୍ୟକ୍ତ ଓ ସର୍ମପିତଶିଶୁର ସୂଚନା ଚାଇଲ୍ଡ ଲାଇନ-୧୦୯୮ ତଥା ପୋଷ୍ୟସନ୍ତାନ ଗ୍ରହଣ କେନ୍ଦ୍ରକୁ ଦେବା ଏବଂ ପୋଷ୍ୟସନ୍ତାନ ଗ୍ରହଣ ଇଚ୍ଛୁକ ବ୍ୟକ୍ତି ତଥା ପିତାମାତା ସରକାରଙ୍କ ୱେବସାଇଟ (www.cara.nic.in) ରେ ପଞ୍ଜିକରଣ କରିବାପାଇଁ ଏହି ସଚେତନତା ରଥ ମାଧ୍ୟମରେ ଆଜିଠାରୁ ପାଞ୍ଚ ଦିନ ଧରି ଜିଲ୍ଲାର ହରଭଙ୍ଗା, କଣ୍ଟାମାଳ ଓ ବୌଦ୍ଧ ବ୍ଲକର ବିଭିନ୍ନ ଅଂଚଳକୁ ପରିଦର୍ଶନ କରିବ ବୋଲି ସୁରକ୍ଷା ଅଧିକାରୀ ସୁଶାନ୍ତ ଭୋଇ ସୂଚନା ଦେଇଥିଲେ ।

hiranchal ad1
Leave A Reply

Your email address will not be published.

3 × 1 =