ଶ୍ରୀ ସତ୍ୟସାଇ ବାବାଙ୍କ ୯୮ ତମ ଜୟନ୍ତୀ ପାଳିତ

0 72

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସତ୍ୟ ସାଇ ମନ୍ଦିର ପରିସରରେ ଭାଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୯୮ ତମ ଜୟନ୍ତୀ ଆବାହକ ରାଜୀବ ନେତ୍ର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଭୋର ୫ ଟାରୁ ଓଁ କାର ଓ ନଗର ସଙ୍କୀର୍ତ୍ତନ ପୂଜା ହୋମ ପରେ ପତାକା ଉତ୍ତୋଳନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସତ୍ୟ ସାଇ ବାବାଙ୍କ ଫଟୋଚିତ୍ରକୁ ରଥ ଉପରେ ବସାଇ ସତ୍ୟ ସାଇ ରୋଡରୁ ବାହାରି ଗୋପବନ୍ଧୁ ଛକଦେଇ ବଜାର ଦେଇ ଆଧ୍ୟାତ୍ମିକ ଶୋଭାଯାତ୍ରା କରାଯାଇଥିଲା । ଏହି ଶୋଭାଯାତ୍ରାରେ ସତ୍ୟସାଇ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ସହ ଶତାଧିକ ସତ୍ୟସାଇ ଭକ୍ତ ପ୍ରେମୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏଥି ସହିତ ନାରାୟଣ ସେବା ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା ।

hiranchal ad1
Leave A Reply

Your email address will not be published.

four − 3 =