ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଦୋଳପୂର୍ଣ୍ଣମୀ ନୀତି

0 82

ପୁରୀ : ଆସନ୍ତା ୧୯ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଦୋଳପୂର୍ଣ୍ଣମୀ ନୀତି । ଏଥିପାଇଁ ଆଜି ନୀଳାଦ୍ରି ଭକ୍ତ ନିବାସରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆସନ୍ତା ଦୋଳପୂର୍ଣ୍ଣମୀ ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଛି । ଆସନ୍ତା ୨୪ ଓ ୨୫ ତାରିଖ ମେଣ୍ଢାପୋଡ଼ି ଓ ଦୋଳପୂର୍ଣ୍ଣମୀ ନୀତି ଉପରେ ମୋହର ମାରିଛି ଛତିଶା ନିଯୋଗ ।୨୪ ଓ ୨୫ ତାରିଖ ରାତି ୩ ଟା ରେ ଶ୍ରୀମନ୍ଦିର ଦ୍ୱାର ଫିଟି ଅନ୍ୟାନ୍ୟ ନୀତି କାନ୍ତି ହେବ ।୨୫ ତାରିଖ ଦୋଳପୂର୍ଣ୍ଣମୀ ଦିନ ଦୋଳବେଦୀ ଉପରେ ସ୍ୱତନ୍ତ୍ର ନୀତି କାନ୍ତି ହେବ । ଠିକ୍‌ ସମୟରେ ନୀତି ସଂପାଦନ ସହ ଭକ୍ତ କିଭଳି ବ୍ୟବସ୍ଥିତ ଓ ଶୃଙ୍ଖଳିତ ଦର୍ଶନ କରିବେ ସେ ନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି ଆସନ୍ତା ଗ୍ରୀଷ୍ମପ୍ରବାହ ଓ ଖରାକୁ ଦୃଷ୍ଟିରେ ରଖି ଭକ୍ତଙ୍କ ନିମନ୍ତେ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା ହେବ । ସେହିପରି ବଡ଼ଦାଣ୍ଡରେ ପେଣ୍ଟିଂ ସହ ସେଡ୍‌ ବ୍ୟବସ୍ଥା ହେବ । ବୈଠକ ପରେ ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ ସମର୍ଥ ବର୍ମା ଏ ନେଇ ସୂଚନା ଦେଇଛନ୍ତି । ଛତିଶା ନିଯୋଗ ବୈଠକ ପୂର୍ବରୁ ନୀତି ସବକମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ପୁରୀ ଜିଲ୍ଲାପାଳ,, ପରିଚାଳନା କମିଟିର ସଦସ୍ୟ, ନୀତି ସବକମିଟି ସଦସ୍ୟ ଉପସ୍ଥିତ ଥିଲେ । ବିଭିନ୍ନ ବ୍ୟାଙ୍କ୍‌କୁ ବିଡିଂ ମଗାଯାଇଛି । ସର୍ବାଧିକ ବିଡିଂ ଦେଇଥିବା ବ୍ୟାଙ୍କରେ ଭକ୍ତ ଦାନ ଦେଇଥିବା ଦାନ ଅର୍ଥ ଜମା ରହିବ । ବୈଠକରେ ବରିଷ୍ଠ ସେବାୟତ ତଥା ଛତିଶାନିଯୋଗ ସଦସ୍ୟ ତଥା ପୂର୍ବତନ ପରିଚାଳନା କମିଟିର ସଦସ୍ୟ ସ୍ୱର୍ଗତଃ ରଜତ୍‌ ପ୍ରତିହାରୀଙ୍କ ମୃତ୍ୟକୁ ନେଇ ନିରବ ପ୍ରାର୍ଥନା ସହ ଶୋକ ପ୍ରକାଶ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

four × 1 =