ସମୁଦ୍ରରେ ବଡି ପର୍ଯ୍ୟଟକଙ୍କ ମୃତ୍ୟୁ

0 16

ପୁରୀ : କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ବୁଡି ଜଣେ ପର୍ଯ୍ୟଟକ ମୃତ୍ୟୁବରଣ କରିଛନ୍ତି । ମୃତ ପର୍ଯ୍ୟଟକଙ୍କ ନାମ ସୁଦାମ ପ୍ରସାଦ ଶାହା ବୋଲି ଜଣାପଡିଛି । ମୃତକଙ୍କ ଘର ମଧ୍ୟପ୍ରଦେଶର ସିଙ୍ଖୋଲି ଜିଲ୍ଲା ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ଅନ୍ୟ ଚାରିଜଣ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।
ଅନ୍ୟ ପଟେ ପୁରୀ ବ୍ଲୁ ଫ୍ଲାଗ ବିଚ୍‌ ରେ ଗାଧୋଉଥିବାବେଳେ ବୁଡିଯାଉଥିବା ଦୁଇ ପର୍ଯ୍ୟଟକ ଉଦ୍ଧାର କରାଯାଇଛି । ଉଦ୍ଧାର ପର୍ଯ୍ୟଟକ ବାରିପଦା ଲାଲ ବଜାର ରୋଡର ୨୧ ବର୍ଷୀୟ ଆସିଫ ସିଦ୍ଧିକ୍‌ ଓ ମୁନିର୍‌ କଲୋନୀର ୨୪ ବର୍ଷୀୟ ମହମ୍ମଦ ସାମସଦବୋଲି ଜଣାପଡିଛି । ଲାଇଫଗାର୍ଡଙ୍କ ଦ୍ୱାରା ଏହି ଦୁଇ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି ।

hiranchal ad1
Leave A Reply

Your email address will not be published.

2 + sixteen =