ନୂତତ୍ୱ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

0 53

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ନୂତନ ଶିକ୍ଷା ଅଧିକାରୀ ଭାବେ ଡ. ମାୟାଧର ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ଭଦ୍ରକ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ତାଙ୍କର ପ୍ରମୋସନ ପରେ ସେ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ଏହି ପଦବୀରେ ରହିଥିବା ପ୍ରଦୋଷ କୁମାର ନାୟକ ଭୁବନେଶ୍ୱର ସ୍ଥିତ ଓସେପାର ଉପନିର୍ଦ୍ଦେଶକ ଭାବେ ସ୍ଥାନାନ୍ତର ହେବା ପରେ ପଦବୀଟି ଖାଲି ଥିଲା । ଡ. ସାହୁ ଦାୟିତ୍ୱ ଗ୍ରହଣ କରିବା ପରେ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ଅଧିକ ସୁଦୃଢ କରିବେ ଏବଂ ଅଧିକ ପିଲା କିପରି ପାଠ ପଢା ପାଇଁ ଆଗ୍ରହ ଦେଖାଇବେ ସେଥିପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି । ଏହା ଏକ ଅଧ୍ୟୁଷିତ ଅଞ୍ଚଳ ହେଇଥିବାରୁ ଶିକ୍ଷା ବ୍ୟବସ୍ଥା ଅଧିକ ସୁଦୂର ପ୍ରସାରି ଦିଗରେ ଗୁରୁତ୍ୱ ଦିଆଯିବ ବୋଲ କହିଛନ୍ତି । ତାଙ୍କୁ ଶିକ୍ଷା ବିଭାଗର ସମସ୍ତ କର୍ମଚାରୀ, ଶିକ୍ଷକ ଶିକ୍ଷୟତ୍ରୀ, ପ୍ରଧାନ ଶିକ୍ଷକ ସମୂହ ତାକୁ ସ୍ୱାଗତ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

twelve − 4 =