ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ୪ ଅସହାୟ ଶିଶୁ ଉଦ୍ଧାର

0 62

ଦେବଗଡ : ଆଜି ଜ଼ିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଖିଲେଇ ପଂଚାୟତର ତଲସରା ଗ୍ରାମରୁ ୪ ଜଣ ଅସହାୟ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାଇ ଭୋଳେଶ୍ୱର ଶବର, ସ୍ତ୍ରୀ ସବିତା ଶବରଙ୍କ ସହ ଚାରି ପିଲାଙ୍କୁ ନେଇ ତଲସରା ଗ୍ରାମରେ ନିଜ ସଂସାର ଗଢି ଥିଲେ । ଶ୍ରମିକ ଭାବେ କାମ କରି ନିଜ ପରିବାରକୁ ଚଳାଉଥିଲେ ଭୋଳେଶ୍ୱର । ହେଲେ ଦୁଇ ବର୍ଷ ତଳେ ତାଙ୍କ ମୃତ୍ୟୁ ହେବ ପରେ ସ୍ତ୍ରୀ ସବିତା ଓ ଚାରି ପିଲା ଅସହାୟ ହୋଇ ପଡ଼ିଥିଲେ । ସରକାରଙ୍କ ତରଫରୁ ଇନ୍ଦିରା ଆବାସ ଓ ରାସନକୁ ନେଇ ପର ଘରେ ମୁଲ ଲାଗି କୌଣସି ମତେ ନିଜ ଚାରି ଶିଶୁଙ୍କୁ ନେଇ ଜୀବନ ନିର୍ବାହ କରୁଥିଲେ ସବିତା । ହେଲେ ଦାରିଦ୍ରତା ସହ ସଂଗ୍ରାମ କରି ଥକି ଯାଇଥିଲେ ସବିତା । ଶେଷରେ କୌଣସି ରାସ୍ତା ନ ପାଇ ଚାରି କଅଁଳ ଶିଶୁଙ୍କୁ ଘରେ ଏକାକୀ ଛାଡ଼ି କୁଆଡେ ନିରୁଦ୍ଧିଷ୍ଟ ହୋଇ ଯାଇଥିଲେ । ମା ଛାଡ଼ି ଗଲା ପରେ ପିଲାମାନେ ନିରାଶ୍ରୟ ହୋଇ ପଡ଼ିଥିଲେ । ଖବର ପାଇ ବସାଲଇରେ ରହୁଥିବା ପିତା ଭୋଳେଶ୍ୱରର ବଡ ଭଉଣୀ ବାଲି ମୁଣ୍ଡା କିଛି ଦିନ ପାଇଁ ଶିଶୁମାନଙ୍କୁ ନେଇ ପାଖରେ ରଖି ପୁଣି ଆଣି ଗାଁରେ ଥିବା ଇନ୍ଦିରା ଆବାସରେ ଛାଡ଼ି ଯାଇଥିଲେ । ପିଲାମାନେ ପୁଣି ଥର ବେସାହାରା ହୋଇ ପଡ଼ିଥିଲେ । ଖିଲେଇ ସରପଞ୍ଚ ପିଲାମାନଙ୍କ ଦୁଃଖ ଦେଖି ନ ପାରି ଘରକୁ ଆସି କିଛି ଚାଉଳ ଓ ରାସନ ଦେଇଯାଇଥିଲେ । ହେଲେ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ୧୨ ବର୍ଷର ବଡ ଝିଅ ପୂର୍ଣ୍ଣିମାର ଶୈଶବ , ନିଜ ୯ ବର୍ଷର ଭାଇ ପରଦେଶୀ , ୭ ବର୍ଷର ଭଉଣୀ ପିଙ୍କି ଓ ୩ ବର୍ଷର କଅଁଳା ଭାଇ ପ୍ରଦୀପର ବୋଝ ବୋହିବା ପାଇଁ ସକ୍ଷମ ନ ଥିଲା । ମା ଛାଡ଼ି ଗଲା ପରେ ସବୁଠୁ ବେଶୀ ପ୍ରଭାବିତ ହୋଇଥିଲା ମା କ୍ଷୀର ଛାଡ଼ି ନ ଥିବା ୩ ବର୍ଷର ପ୍ରଦୀପ । ସାହି ପଡିଶା କେତେ ଦିନ ବା ପିଲାଙ୍କ କଥା ବୁଝିବେ । ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେଲା ପରେ ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ସୂଚନା ପାଇ ଆଜି ଚାଇଲ୍ଡ ହେଲ୍ପ ଲାଇନର ପ୍ରକଳ୍ପ ସଂଯୋଜକ ଲିଙ୍ଗରାଜ ପ୍ରଧାନ , ସୁପରଭାଇଜର ସୂର୍ଯ୍ୟାକାନ୍ତି ଭରସାଗର ଓ ଅଙ୍ଗନବାଡ଼ି କର୍ମୀ ପ୍ରେମମଞ୍ଜରୀ ପ୍ରଧାନଙ୍କ ସହ ଚାରି ଶିଶୁଙ୍କୁ ଉଦ୍ଧାର କରିଛନ୍ତି । ପିଲାମାନେ ନିଜ ଗାଁ ଓ ଘର ଛାଡ଼ି ଗଲାବେଳେ ଶତାଧିକ ଗ୍ରାମବାସୀ ଅଶ୍ରୁଳ ଚକ୍ଷୁରେ ହୁଳହୁଳି ସହ ପିଲାଙ୍କ ଶୁଭ ମନାସୀ ବିଦାୟ ଦେଉଥିବା ଦେଖିବାକୁ ମିଳିଥିଲା । ନିରୁଦ୍ଧିଷ୍ଟ ମାର କୌଣସି ସନ୍ଧାନ ନ ମିଳିବ ପର୍ଯ୍ୟନ୍ତ ପିଲାମାନେ ଶିଶୁ ଗୃହରେ ଆନୁଷ୍ଠାନିକ ଯତ୍ନ ପାଇବେ ବୋଲି ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

two × 4 =