ଚୋରି ଉଦ୍ୟମ ପଣ୍ଡ

0 198

ବାଲିଗୁଡା: ଚୋରି ଉଦ୍ୟମ ପଣ୍ଡ । ଚୋରି କରୁଥିବା ବେଳେ ଚୋରକୁ ମାଡ଼ି ବସିଲେ କର୍ମଚାରୀ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ନିକଟସ୍ଥ ନିର୍ମାଣଧିନ କିମ୍ସ ହସ୍ପିଟାଲ ଓ ମାରୁତି ସୋ ରୁମ୍‌ ନିକଟରୁ ଚୋରି ଉଦ୍ୟମ କରୁଥିବା ବେଳେ ଧରାପଡିଛି ଚୋର । ସେଠାରେ କାର୍ଯ୍ୟରତ କର୍ମଚାରୀ ଜଣକୁ କାବୁ କରିଥିବା ବେଳେ ଅନ୍ୟଜଣେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ସକାଳେ ସମ୍ପୃକ୍ତ ଚୋରକୁ ପୋଲିସର ଜିମା ଦେଇଥିଲେ କର୍ମଚାରୀ । ଏହା ପରେ ଗ୍ୟାଙ୍ଗର ଆଉ ଜଣକୁ ଧରିଛି ପୋଲିସ୍‌ । ବର୍ତ୍ତମାନ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ୍‌ । ସୂଚନା ପ୍ରକାରେ ଗତ କିଛିଦିନ ଧରି ନିର୍ମାଣଧିନ କିମ୍ସ ହସ୍ପିଟାଲ ପରିସରରୁ ଲୁହାଛଡ଼, ସିମେଣ୍ଟ ଆଦି ସାମଗ୍ରୀ ରାତି ଅଧିଆ ଚୋରି ହେଉଥିବା ବେଳେ ଆଖପାଖ ଅଞ୍ଚଳରୁ ପାଣି ମୋଟର ମଧ୍ୟ ଚୋରି ହେବା ଅଭିଯୋଗ ହୋଇଆସୁଥିଲା । ଗତ ରାତିରେ ମଧ୍ୟ ସମାନ ଘଟଣା ଘଟିଥିବା ଜଣାପଡ଼ିଛି । କିମ୍ସ ହସ୍ପିଟାଲ ପରିସରରୁ ଚୋରି ଉଦ୍ୟମ ବେଳେ ସେଠାରେ ଥିବା କର୍ମଚାରୀ ଗୋଡାଇବାରୁ ସେଠାରୁ ଦୌଡ଼ି ପଳାଇଥିଲେ ଚୋର । ଏହାପରେ ନିକଟସ୍ଥ ପଥପ୍ରାନ୍ତ ସେବା କେନ୍ଦ୍ର ସମ୍ମୁଖରେ ଥିବା ମାରୁତି ସୁଜୁକି କାର୍‌ ସୋରୁମର ପାଣି ମୋଟର ଚୋରି ଉଦ୍ୟମ କରୁଥିବା ବେଳେ ସେଠାରେ ଥିବା କର୍ମଚାରୀ ଓ ପଥପ୍ରାନ୍ତ ସେବା କେନ୍ଦ୍ରର କର୍ମଚାରୀ ଜଣେ ଚୋରକୁ ମାଡ଼ି ବସିଥିଲେ । ଅଞ୍ଚଳରେ ଏକ ଚୋର ଗ୍ୟାଙ୍ଗ ଦୀର୍ଘ ଦିନ ଧରି ଅଞ୍ଚଳରେ ଲୁଟ୍‌ ତରାଜ ଚଳାଇଥିବା ଅଞ୍ଚଳବାସୀଙ୍କ ପକ୍ଷରୁ ଶୁଣିବାକୁ ମିଳୁଛି ।

hiranchal ad1
Leave A Reply

Your email address will not be published.

7 + sixteen =