ଛାତରୁ ପଡ଼ି ଶ୍ରମିକଙ୍କ ମୃତ୍ୟୁ

0 104

ନୂଆଗାଁ : ନୂଆଗାଁ ବ୍ଲକ ସଦର ମହକୁମାରେ ବିଜୟ କୁମାର ପ୍ରଧାନଙ୍କ ଘର କାମ ଚାଲୁଥିବା ବେଳେ ଗଞ୍ଜାମ ପୋଲସରା କଲମ୍ବା ଗ୍ରାମର ରବିନ୍ଦ୍ର ପ୍ରଧାନ, ପ୍ରଦୀପ ପ୍ରଧାନଶ୍ରମିକ ଭାବେ କିଛିଦିନ ହେଲା କାମ କରୁଥିଲେ । ଆଜି ଦିନ ୧୦ଟା ସମୟରେ ଛାତ କାମ କରୁଥିବା ବେଳେ ରବିନ୍ଦ୍ର ପ୍ରଧାନ (୫୫)ଙ୍କ ଅସାବଧାନତା ଯୋଗୁଁ ଗୋଡ ଖସିଯିବାରୁ ଛାତ ଉପରୁ ତଳକୁ ଖସି ପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ନୂଆଗାଁ ଅଗ୍ନିଶମ ଗାଡି ସହାୟତାରେ ନୟାଗଡ ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା । ଚିକିତ୍ସାବସ୍ଥାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ନୂଆଗାଁ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଏ ନେଇ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଥାନା ଅଧିକାରୀ ନାରାୟଣ ଚନ୍ଦ୍ର ଲେଙ୍କା ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

9 + eight =