ଭଞ୍ଜନଗର ବେଲଗୁଣ୍ଠା ରାସ୍ତାରେ ବସ ଦୁର୍ଘଟଣା

0 37

ଭଞ୍ଜନଗର: ଆଜି ସକାଳ ୧୦.୩୦ ମିନିଟରେ ଭଞ୍ଜନଗର ବସଷ୍ଟାଣ୍ଡରୁ ଚିକମିକ ନାମକ ବସ ବାଲିପଦର ବୁଗୁଡା ଅଭିମୁଖେ ବାହାରିଥିଲା, କିନ୍ତୁ ଦୁଇ କିଲୋମିଟର ଗଲା ପରେ ନୂଆ ଗାଁ ବ୍ରିଜ ଠାରେ ବସଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛକୁ ଧକ୍କା ଦେଇଥିଲା । ବସରେ ୨୫ ରୁ ୩୦ ଯାତ୍ରୀ ବସିଥିଲେ । ସେଥିରୁ କିଛି କଲେଜ ଛାତ୍ରୀ ଓ ଛୋଟ ପିଲା ବସିଥିଲେ । ପ୍ରାୟ ୧୫ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଖବର ପାଇବା ପରେ ବେଲଗୁଣ୍ଠା ପୋଲିସ ଓ ଅଗ୍ନିଶମ ବାହିନୀ ଦ୍ୱାରା ଆହତ ମାନଙ୍କୁ ଭଞ୍ଜନଗର ମୁଖ୍ୟ ଡାକ୍ତରଖାନାକୁ ପଠାଇ ଥିଲେ । ସୂଚନା ଅନୁସାରେ ବସ ଚାଳକ ଦଣ୍ଡନାଚ ଦେଖି ରାତି ଅନିଦ୍ରା ରହିଥିବାରୁ ଆଖି ପଡିଯାଇଥିବା କଥା କହିଛନ୍ତି । ଘଟଣା ସ୍ଥଳରେ ବେଲଗୁଣ୍ଠା ଥାନାଧିକାରୀ ବନ ବିହାରୀ ପ୍ରଧାନ ପହଞ୍ଚି ଘଟଣାର ଅନୁସନ୍ଧାନ କରିବା ସହ ଗାଡି ଚାଳକ ଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

one + 6 =