ନୂଆଦିଲ୍ଲୀ : ଏଆଇଏମ୍ଆଇଏମ୍ ଅଧ୍ୟକ୍ଷ ଅସଦୁଦ୍ଦିନ୍ ଓୱେସି ସୋମବାର ପାକିସ୍ତାନକୁ ସମାଲୋଚନା କରି ଏହାକୁ ଏକ ବିଫଳ ରାଷ୍ଟ୍ର ବୋଲି କହିଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ଯାହା ଦ୍ୱାରା ପାକିସ୍ତାନ ପୁଣି ଥରେ ଭାରତ ଉପରେ ଆକ୍ରମଣ କରିବା ପୂର୍ବରୁ ୧୦୦ ଥର ଚିନ୍ତା କରିବ । “ଆମେ ଆଶା କରୁଛୁ ଯେ ପ୍ରଧାନମନ୍ତ୍ରୀ ପାକିସ୍ତାନୀ ଆତଙ୍କବାଦୀ ଏବଂ ବିଫଳ ରାଷ୍ଟ୍ର ପାକିସ୍ତାନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଯାହା ଦ୍ୱାରା ପାକିସ୍ତାନ ଭାରତକୁ କ୍ଷତି ପହଞ୍ଚାଇବା ପାଇଁ କାହାକୁ ପଠାଇବା ପୂର୍ବରୁ ଶହେ ଥର ଚିନ୍ତା କରିବ ବୋଲି ଏକ ସାଧାରଣ ସଭାରେ ଓୱେସି କହିଛନ୍ତି ।
