ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ

0 206

ଶ୍ରୀନଗର: ଜମ୍ମୁ କାଶ୍ମୀରର ସୋପିଆନ ଜିଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏକ ଜୋରଦାର ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଅପରେଶନ, ଯାହାକୁ ‘ଅପରେଶନ କିଲର’ ନାମ ଦିଆଯାଇଛି, ସୋପିଆନର ଜଙ୍ଗଲ ଅଞ୍ଚଳରେ ଆରମ୍ଭ ହୋଇଥିଲା ଏବଂ ଏହା ପୂର୍ବରୁ କୁଲଗାମରୁ ଆରମ୍ଭ ହୋଇଥିବା ଜଣାପଡ଼ିଛି।

hiring

ସୂଚନା ଅନୁଯାୟୀ, ଗୋଇନ୍ଦା ସୂଚନା ଆଧାରରେ ଭାରତୀୟ ସେନା ଏବଂ ପାରାମିଲିଟାରୀ ବାହିନୀର ମିଳିତ ଦଳ ସୋପିଆନରେ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳିଚାଳନା କରିଥିଲେ, ଯାହାର ପ୍ରତିଉତ୍ତରରେ ସୁରକ୍ଷା ବାହିନୀ ମଧ୍ୟ ଜୋରଦାର ଗୁଳିମାଡ଼ କରିଥିଲେ। ଏହି ମୁହାଁମୁହିଁରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନ୍ୟ କେତେକ ଆତଙ୍କବାଦୀ ଏହି ଅଞ୍ଚଳରେ ଲୁଚିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।

hiranchal ad1
Leave A Reply

Your email address will not be published.

17 − 3 =