ଦୋକାନକୁ ଆସୁଥିବା ବେଳେ ବୃଦ୍ଧଙ୍କୁ ଚାପିଦେଲା ଟ୍ରକ୍‌

0 246

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଛକ ଠାରେ ଶନିବାର ସକାଳେ ଟ୍ରକ୍‌ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତ ବୃଦ୍ଧଙ୍କ ନାମ କଳ୍ପେଶ୍ୱର ମେହେର (୭୦) ବୋଲି ଜଣାପଡ଼ିଛି ।

hiring

ମିଳିଥିବା ସୂଚନା ଅନୁଯାୟୀ, ସେ ଆଜି ସକାଳେ ବଳଦିଆମାଲ ଛକଠାରେ ଥିବା ନିଜ ଦୋକାନକୁ କଳ୍ପେଶ୍ୱର ଆସୁଥିବା ବେଳେ ବାଟରେ ଜୟପୁର ଆଡ଼କୁ ଯାଉଥିବା ଏକ ଟ୍ରକ୍‌ ନଂ(ଟିଏସ୍‌ ୦୮ ୟୁ ଇ-୮୮୩୮) ତାଙ୍କୁ ଚାପି ଦେଇଥିଲା

ଫଳରେ ଘଟଣାସ୍ଥଳରେ ତାଙ୍କର ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକେ ଟ୍ରକ୍‌କୁ ଅଟକ ରଖିଥିବାବେଳେ ଚାଳକଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

hiranchal ad1
Leave A Reply

Your email address will not be published.

eight − six =