କଟକ : ବିଗତ କିଛି ଦିନ ହେଲା ଟାଙ୍ଗୀ ଓ ତାହା ଆଖପାଖ ଅଞ୍ଚଳରେ ଚୋରା ମୋହରମ୍ ଓ ବାଲି କାରବାର ବଢିବାରେ ଲାଗିଛି । ଯାହାକୁ ରୋକିବା ପାଇଁ ଟାଙ୍ଗୀ ପୁଲିସ ପକ୍ଷରୁ ଏକ ଟିମ୍ ଗଠନ କରଯାଇଛି ।

ଗତକାଲି ରାତିରେ ଟାଙ୍ଗୀ ପୁଲିସ ଏସ୍ଆଇ ହେମନ୍ତ ସାମଲଙ୍କ ନେତୃତ୍ୱରେ ଏକ ଟିମ୍ ରାତିରେ ପେଟ୍ରୋଲିଂ କରିବା ସମୟରେ ଓ ସିଅଲ୍ ରୋଡ ନିକଟବର୍ତ୍ତୀ ବଡ଼ ପୋଖରୀ ବୁଡ଼ିଆଣି ଠାକୁରାଣୀ ମନ୍ଦୀର ନିକଟରୁ ବେଆଇନ୍ ଭାବେ ଖୋଳା ଯାଉଥିବା ଏକ ପ୍ଲଟ ଉପରେ ଚଢାଉ କରି ତିନିଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଥିଲେ । କିନ୍ତୁ, ଟ୍ରାକ୍ଟର ଓ ଜେସିବି ଡ଼୍ରାଇଭର ଘଟଣାର ସ୍ଥଳରୁ ଫେରାର ହୋଇ ଯାଇଥିଲେ । ତେବେ ଟ୍ରାକ୍ଟର ଓ ଜେସିବିକୁ ଥାନା ପରିସରକୁ ଆଣି ତଦନ୍ତ ଜାରୀ ରଖିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଥାନା ଅଧିକାରୀ ଶିବ ପ୍ରସାଦ ଭାଦ୍ର ।
