ପୁଣି ଚାରି ନଂ ଟନେଲରେ ମାଟି ଧସି ହୋଇଛି ଗର୍ତ୍ତ

0 308

ହରଭଙ୍ଗା :ଖୋର୍ଦ୍ଧା ବଲାଙ୍ଗୀର ରେଳପଥ 4ନଂ ଟନେଲ ଟ୍ରାଜେଡି । ପୁଣି ଚାରି ନଂ ଟନେଲରେ ମାଟି ଧସି ହୋଇଛି ଗର୍ତ୍ତ l ଗତ 20ଘଣ୍ଟା ପୂର୍ବରୁ ଏହି ଟନେଲ ଭୁଶୁଡ଼ି ଥିବା ସ୍ଥାନରୁ ମାତ୍ର ୫୦ ମିଟର ଦୂରରେ ପୁଣି ହୋଇଛି ଏକ ଗର୍ତ୍ତ। ଏହି ଗର୍ତ୍ତ ୧୦ ଫୁଟ ଓସାରିଆ ହୋଇଥିବା ଦେଖିବାକୁ ମିଳିଛି। ପ୍ରାୟ ୨୦ ଫୁଟ ତଳକୁ ମାଟି ଅତଡା ଖସି ଥିବା ବେଳେ ଟନେଲ ତଳକୁ ମାଟି ଯାଇଛି ନା ନାହିଁ ସ୍ପଷ୍ଟ ହୋଇ ପାରିନାହିଁ । ଘଟଣା ସ୍ଥଳରେ ଜଣେ କର୍ମଚାରୀ ଅନୁଧ୍ୟାନ କରି ଫେରିଥିବା ବେଳେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା ସୂଚନା ମିଳିଛି। ତେବେ ଗତ 20ଘଣ୍ଟା ଧରି ଏହି ଟନେଲ ରେ ବାରମ୍ବାର ମାଟି ଧସି ଦୁର୍ଘଟଣା ଘଟୁଥିବା ଓ ଗତ କାଲିର ମାଟି ଅତଡ଼ା ଏ ପର୍ଯ୍ୟନ୍ତ ଠିକା ସଂସ୍ଥା ବାହାର କରିନଥିବା ନେଇ କ୍ଷୟ କ୍ଷତିର ସୂଚନା ସଂପୂର୍ଣ୍ଣ ମିଳି ପାରିନି l

hiranchal ad1
Leave A Reply

Your email address will not be published.

seventeen − nine =