ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ  ମନ୍ତ୍ରୀଙ୍କ ଜଳ ଓ ବାହକବାହିତ ରୋଗର ସ୍ଥିତି ସମୀକ୍ଷା,ଡେଙ୍ଗୁ ଓ ମ୍ୟାଲେରିଆ ଉପରେ ଆଗୁଆ ସତର୍କତା ଓ ସଚେତନତା ଉପରେ ଫୋକସ

0 93

ଭୁବନେଶ୍ୱର,:ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର ସମୀକ୍ଷା ବୈଠକରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ  ମହାଲିଙ୍ଗ ରାଜ୍ୟରେ  ଜଳବାହିତ ଓ ବାହକବାହିତ ରୋଗର ସ୍ଥିତି ସମୀକ୍ଷା କରିଥିଲେ I ଉକ୍ତ ସମୀକ୍ଷା ବୈଠକରେ ଜଳବାହିତ ରୋଗ ଯଥା ଡାଇରିଆ, ଜଣ୍ଡିସ  ଏବଂ ବାହକବାହିତ ରୋଗ ଯଥା ମ୍ୟାଲେରିଆ ଏବଂ ଡେଙ୍ଗୁ ନିୟନ୍ତ୍ରଣ ନିମିତ୍ତ ନିଆଯାଉଥିବା ପଦକ୍ଷପ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା I

hiring

 ରାଜ୍ୟରେ ମ୍ୟାଲେରିଆ ପ୍ରବଣ  ଜିଲ୍ଲା ଯଥା ବୌଦ୍ଧ, ଗଜପତି, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ମାଲକାନଗିରି, ରାୟଗଡା ଓ ମୟୁରଭଞ୍ଜରେ ମ୍ୟାଲେରିଆ ନିରାକରଣ  ନିମିତ୍ତ ବର୍ଷ ୨୦୨୪-୨୦୨୫ରେ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ କରାଯାଇଛି l ଏହାସହିତ ୧୨ ଗୋଟି ଜ଼ିଲ୍ଲାରେ କୀଟନାଶକ ସିଞ୍ଚନ ଚାଲୁରହିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଅଶ୍ଵତୀ ଏଶ ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ l ଗତବର୍ଷ ବାଲେଶ୍ୱର, ଖୋର୍ଦ୍ଧା, ସୁନ୍ଦରଗଡରେ ଡେଙ୍ଗୁ ରୋଗ ଦେଖାଇଯାଇଥିଲା I ତେଣୁ ଆଗୁଆ ସତର୍କତା ସହ ମ୍ୟାଲେରିଆ ଓ ଡେଙ୍ଗୁ ରୋଗର ନିରାକରଣ ଓ ନିୟନ୍ତ୍ରଣ ନିମିତ୍ତ ବ୍ୟାପକ ଜନଚେତନତା ସହିତ ନିଦାନ ଓ  ଚିକିତ୍ସା ସୁନିଶ୍ଚିତ କରିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦେଶ ଦେଇଥିଲେ I ଏହାସହିତ ମ୍ୟାଲେରିଆ, ଡେ଼ଙ୍ଗୁ ଓ ଡାଇରିଆ ଭଳି ରୋଗ ନିବାରଣ ପାଇଁ ସୂଚନା-ଶିକ୍ଷା-ସଂଚାର ଦ୍ବାରା ବ୍ୟାପକ ଜନସଚେତନାତା ସୃଷ୍ଟି କରାଯିବା ଉପରେ ମାନ୍ୟବର ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ  I  ଜୁନ ୨୩  ପର୍ଯ୍ୟନ୍ତ ସର୍ବମୋଟ  ୩୧୪୪୯ ଜଣଙ୍କର ଡେଙ୍ଗୁ ପରୀକ୍ଷା କରାଯାଇଛି l  ସେ ମଧ୍ୟରୁ ୧୮୮  ଜଣଙ୍କର  ଡେଙ୍ଗୁ ପଜିଟିଭ ବାହାରିଛି l  ବର୍ତ୍ତମାନ ଅଧିକରୁ ଅଧିକ ଡେଙ୍ଗୁ ପରୀକ୍ଷା ସହ ଉପଯୁକ୍ତ ଚିକିତ୍ସା ଜାରି ରଖିବାପାଇଁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l ଏହି ବୈଠକରେ ମାନ୍ୟବର ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ରାଜ୍ୟରେ  ମାତୃମୃତ୍ୟୁ ହାର, ଶିଶୁ ମୃତ୍ୟୁହାରର ସ୍ଥିତି ବିଷୟରେ ମଧ୍ୟ ସମୀକ୍ଷା କରିଥିଲେ ଏବଂ ଏହାକୁ ପ୍ରାଧାନ୍ୟତା ଭିତ୍ତିରେ ମନିଟରିଂ କରିବାକୁ ପରାମର୍ଶ ଦେଇଥିଲେ l  ଛଅଟି ଜିଲ୍ଲାରେ  ଡାଏରିଆ ପରିସ୍ଥିତିରେ ଆସିଥିବା ସୁଧାର ବିଷୟରେ ଅବଗତ ହୋଇ ସେ ସନ୍ତୋଷ ବ୍ୟକ୍ତ କରିଥିଲେ l

ଉକ୍ତ ବୈଠକରେ ବିଭାଗୀୟ ଶାସନ ସଚିବ, ସ୍ୱତନ୍ତ୍ର ଶାସନ ସଚିବ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ନିର୍ଦେଶକ, ନିର୍ଦ୍ଦେଶକ
(ପରିବାର କଲ୍ୟାଣ), ଅତିରିକ୍ତ ନିର୍ଦ୍ଦେଶକ (ଜନସ୍ୱାସ୍ଥ୍ୟ ) ଏବଂ ଅତିରିକ୍ତ ନିର୍ଦ୍ଦେଶକ (ବାହକ ବାହିତ ରୋଗ) ଓ ଅନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ   I

hiranchal ad1
Leave A Reply

Your email address will not be published.

11 − six =