ବିଷଧର ସାପ କାମୁଡ଼ାରେ ନାବାଳିକା ମୃତ

0 224

ବାଲିଗୁଡ଼ା: ବାଲିଗୁଡ଼ା ଅଞ୍ଚଳରେ ବଢିବାରେ ଲାଗିଛି ସାପ କାମୁଡ଼ାରେ ଲୋକଙ୍କ ମୃତ୍ୟୁ । ପୁଣି ବିଷଧର ସାପ କାମୁଡ଼ାରେ ଜଣେ ନାବାଳିକାର ମୃତ୍ୟୁ ଘଟିଥିବା ଘଟଣା ସାମ୍ନାକୁ ଆସିଛି । ମୃତ ନାବାଳିକା ବାଲିଗୁଡ଼ା ରେଡ୍ କ୍ରସ୍ ଦୃଷ୍ଟିହୀନ ବିଦ୍ୟାଳୟ ନିକଟସ୍ଥ ସାହିର ଲିଙ୍ଗରାଜ ବିନ୍ଧାଣୀଙ୍କ ୧୪ ବର୍ଷୀୟ ଝିଅ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଗତ ରାତିରେ ସପରିବାର ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଏକ ବିଷଧର ସାପ ଲିଙ୍ଗରାଜଙ୍କ ଝିଅକୁ କାମୁଡ଼ିଥିବା ବେଳେ ପରିବାର ଲୋକେ ତୁରନ୍ତ ଝିଅକୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

four × 2 =