ଡ୍ରଗ ନିୟନ୍ତ୍ରଣ ବିଭାଗର ମୁଖ୍ୟ ବିଜ୍ଞାନୀ ଅଧିକାରୀ ଦେବାଶିଷ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

0 141

ସମ୍ବଲପୁର- ସମ୍ବଲପୁର ସ୍ଥିତ ରାଜ୍ୟ ଡ୍ରଗ ପରୀକ୍ଷା ଲାବୋରେଟୋରୀରେ ପଦସ୍ଥ ମୁଖ୍ୟ ବିଜ୍ଞାନୀ ଅଧିକାରୀ ଦେବାଶୀଷ ପଣ୍ଡାଙ୍କ ସ୍ଥାନୀୟ ଗ୍ରେଟର ସମ୍ବଲପୁର ସ୍ଥିତ ବାସଭବନରେ ରାଜ୍ୟ ଭିଜିଲାନ୍ସ ବିଭାଗୀୟ ଅଧିକାରୀମାନେ ଚଢ଼ାଉ କରିଛନ୍ତି। ତାଙ୍କ ବିରୁଦ୍ଧ ରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳର ଅଭିଯୋଗ ରହିଛି ଓ ଆଜି ଏହି ଚଢାଉରେ ରାଜ୍ୟ ଡ୍ରଗ ନିୟନ୍ତ୍ରଣ କାର୍ଯ୍ୟାଳୟରୁ ବରିଷ୍ଠ ଅଧିକାରୀମାନେ ଆସି ସହଯୋଗ କରୁଛନ୍ତି। ଏବିଷୟରେ କିଛି ବିଶେଷ ତଥ୍ୟ ପ୍ରକାଶ ପାଉନାହିଁ, କାରଣ ଏଭଳି ଅଭିଯାନରେ କଡ଼ା ଗୋପନୀୟତା ରକ୍ଷା କରାଯାଇଥାଏ।‌ ତଥାପି ପ୍ରାପ୍ତ କିଛି ସୂଚନା ଅନୁସାରେ ଅଭିଯୁକ୍ତ ଶ୍ରୀ ପଣ୍ଡାଙ୍କ ବାସଭବନ ଓ କାର୍ଯ୍ୟାଳୟ ସହିତ ପ୍ରାୟ ସାତୋଟି ସ୍ଥାନରେ ଏହାସାଙ୍ଗରେ ଏହି ଭିଜିଲାନ୍ସ ଚଢ଼ାଉ ଅଭିଯାନ ଜାରି ରହିଛି ଓ ଆଗକୁ ଏହି ସ୍ଥାନ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି । ଆଜିକାର ଏହି ଅଭିଯାନରେ କଠୋର ଗୋପନୀୟତା ଯୋଗୁଁ କୌଣସି ତଥ୍ୟ ବାହାରକୁ ଆସି ପାରୁନାହିଁ ଓ ଚୁଡାନ୍ତ ଅଭିଯାନ ପରେ ଯାଇଁ ଯଥାସମ୍ଭବ ତଥ୍ୟ ଅଧିକୃତ ରୂପେ ଘୋଷଣା କରାଯିବ, ଯାହାକି ଶୁଣିବାକୁ ମିଳିଛି । ତଥାପି ଚଢ଼ାଉ ସ୍ଥଳରେ ସାମ୍ବାଦିକ ମାନେ ଯଥାସମ୍ଭବ ତଥ୍ୟ ସଂଗ୍ରହ ପାଇଁ ସକ୍ରିୟ ରହିଛନ୍ତି ।‌ ପୁଣି ଶୁଣାଯାଉଛି କି ନୂତନ ସରକାର କ୍ଷମତାସୀନ ହେଲା ପରେ ରାଜ୍ୟରେ କାର୍ଯ୍ୟରତ ସମସ୍ତ ଭ୍ରଷ୍ଟ ଅଧିକାରୀ ମାନଙ୍କ ଏକ ସୂଚୀ ପ୍ରସ୍ତୁତ କରାଯାଇଛି ଓ ଗୋଟିଏ ପରେ ଗୋଟିଏ ସନ୍ଦିଗ୍ଧ ଭ୍ରଷ୍ଟ ଅଧିକାରୀଙ୍କ ବିରୁଦ୍ଧରେ କଠୋର ଆଭିମୁଖ୍ୟ ନେଇ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଏହି ଅଧିକାରୀ ମାନେ ପ୍ରାକ୍ତନ ସରକାରଙ୍କ ସମୟରେ କ୍ଷମତା କେନ୍ଦ୍ରର ପାଖରେ ଥାଇ ବିପୁଳ ପରିମାଣର କ୍ଷମତାର ଦୁରୁପଯୋଗ ସହ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଛନ୍ତି ବୋଲି ବର୍ତ୍ତମାନ ସରକାରଙ୍କ ହାତରେ ସୂଚନା ରହିଛି।‌ ସେମାନଙ୍କ ମୁଣ୍ଡରୁ ବର୍ତ୍ତମାନ ସୁଦ୍ଧା ତତ୍କାଳୀନ କ୍ଷମତାର ନିଶା ଓହରି ନାହିଁ ଓ ରାଜ୍ୟ ସରକାରରେ କ୍ଷମତା ପରିବର୍ତ୍ତନ ପ୍ରତି ତାଙ୍କର ତିଳେମାତ୍ର ଭୃକ୍ଷେପ ନାହିଁ ବୋଲି ଶୁଣାଯାଏ । ଏଭଳି କ୍ଷମତା ନିଶାରେ ସେମାନଙ୍କ ମନଇଚ୍ଛା କାର୍ଯ୍ୟ ଯୋଗୁଁ କ୍ଷମତାସୀନ ରାଜ୍ୟ ସରକାରଙ୍କୁ ବିଭିନ୍ନ ସମୟରେ ଅପଦସ୍ତ ହେବାକୁ ପଡ଼ିଛି।

hiranchal ad1
Leave A Reply

Your email address will not be published.

nineteen − 10 =