ପୁରୀ ପୋଲିସ ଦ୍ୱାରା ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ମାରାଥନ ଦୌଡ଼ ଆୟୋଜିତ

0 79

ପୁରୀ- ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମଜୟନ୍ତୀ ଓ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ପୁରୀ ପୋଲିସ ଦ୍ୱାରା ଏକ ମାରାଥନ ଦୌଡ଼ ଆୟୋଜିତ ହୋଇଛି। ଏହି ମାରାଥନ ସକାଳ ୭ଟାରେ ଦିଗବରେଣୀ ଛକରୁ ଆରମ୍ଭ ହୋଇ ସମୁଦ୍ରତଟ ସଡକରେ ଆୟୋଜିତ କରାଯାଇଥିଲା। ଏହି ମାରାଥନକୁ ଏସ୍ପି ପୁରୀ ପ୍ରତୀକ ସିଂହ ଉଦ୍ଦଘ।ଟନ କରିଥିଲେ। ଶ୍ରୀ ସିଂହ ନିଜ ଉଦବୋଧନରେ କହିଲେ ଯେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଭାରତର ଏକତା ଓ ଅଖଣ୍ଡତାର ପ୍ରତୀକ ଥିଲେ ଏବଂ ତାଙ୍କ ଜୀବନ ଓ ତ୍ୟାଗ ଆଜି ମଧ୍ୟ ଆମ ସମସ୍ତଙ୍କ ପାଇଁ ପ୍ରେରଣା। ଏହି ମାରାଥନ ମାଧ୍ୟମରେ ଯୁବପିଢ଼ି ଓ ସାଧାରଣ ଜନତାଙ୍କ ମଧ୍ୟରେ ଏକତା, ଶିଷ୍ଟାଚାର ଓ ଶାରୀରିକ ସ୍ୱାସ୍ଥ୍ୟ ସଚେତନତା ବାଢ଼ିବା ହିଁ ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମରେ ୫୦୦ ରୁ ଅଧିକ ଅଂଶଗ୍ରହୀ ମାରାଥନରେ ସହଭାଗୀ ହୋଇ ଉତ୍ସାହ ପ୍ରକାଶ କରିଥିଲେ। ପୋଲିସ ବିଭାଗର ପୋଲିସ କର୍ମଚାରୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ନାଗରିକମାନେ ଏଥିରେ ଯୋଗ ଦେଇଥିଲେ।

hiring

ଏହି ଅବସରରେ ଅତିରିକ୍ତ ଏସ୍ପି ଶ୍ରୀ ସୁଶିଲ କୁମାର ମିଶ୍ର, ଦେବ ପ୍ରତାପ ସଚିନ ପାଟେଲ, ସୌମ୍ୟରଞ୍ଜନ ମଲ୍ଲିକ, ଡିଏସପି (ସିଟି) ଶ୍ରୀ ପ୍ରଶାନ୍ତ ସାହୁ, ଟ୍ରାଫିକ ଡିଏସପି ଶ୍ରୀ ରାଜକୁମାର ପରିଡ଼ା, ଆଇ.ଆଇ.ସି ସିଂହଦ୍ୱାର ଶ୍ରୀମତୀ ସ୍ୱେତପଦ୍ମା ଦାଶ, ଆଇ.ଆଇ.ସି ଟାଉନ ଶ୍ରୀ ଗୋକୁଲ ରଞ୍ଜନ ଦାସ, ଆଇ.ଆଇ.ସି ବାସେଲିସାହି ଶ୍ରୀ ବିକ୍ରମ ଜେନା, ଆଇ.ଆଇ.ସି ଟ୍ରାଫିକ ଶ୍ରୀ ଜୟଦୀପ ମହାନ୍ତି, ଆଇ.ଆଇ.ସି ବାଲିଆପଣ୍ଡା ଶ୍ରୀମତୀ ସଙ୍ଗୀତା ଦାଶ, ଆଇ.ଆଇ.ସି ତଳବାଣିଆ ଶ୍ରୀମତୀ ଗୀତାଞ୍ଜଳି ନାୟକ ଓ ଆର.ଆଇ ଶ୍ରୀ ଚିତ୍ତରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ। ମାରାଥନ ଶେଷରେ ତିନିଜଣ ବିଜେତାଙ୍କୁ ସମ୍ମାନିତ କରାଯାଇଛି, ଯେଉଁଥିରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନାଧିକାରୀଙ୍କୁ ପ୍ରଶଂସାପତ୍ର ଓ ସ୍ମୃତିଚିହ୍ନ ପ୍ରଦାନ କରାଗଲା। ଏହି ଅବସରରେ ସମସ୍ତ ଅଧିକାରୀ ଓ ସହଭାଗୀମାନେ ଏକତା ଓ ଜାତୀୟ ସଂଘଟନର ପ୍ରତି ସଂକଳ୍ପ ଗ୍ରହଣ କରିଥିଲେ। ପୁରୀ ପୋଲିସ ଦ୍ୱାରା ଏହି ଅଭିଯାନ ମାଧ୍ୟମରେ ଏକତା, ସୁସ୍ଥ ଜୀବନ ଓ ସକାରାତ୍ମକ ସନ୍ଦେଶ ପ୍ରଚାର ପାଇଁ ଏକ ସଫଳ ପଦକ୍ଷେପ ହୋଇଛି।

hiranchal ad1
Leave A Reply

Your email address will not be published.

twenty + 18 =