ଚେନ୍ନାଇ,୦୬/୧୧: ଆଇପିଏଲ୍ର ବରିଷ୍ଠ ଖେଳାଳି । ମହେନ୍ଦ୍ର ସଂହ ଧୋନୀ । ସିଏସ୍କେରେ ଅନେକ ବର୍ଷ ଧରି ଜଡ଼ିତ ଅଛନ୍ତି । ଲଗାତାର ସେ ଚେନ୍ନାଇ ପାଇଁ ଖେଳି ଆସୁଛନ୍ତି । ବର୍ଷକୁ ଥରେ ତାଙ୍କୁ ଦେଖିବାକୁ ଫ୍ୟାନ୍ସଙ୍କ ଗହଳି ଲାଗେ । ଆଉ ଆଇପିଏଲ୍ ସରିବା ପରେ ଚର୍ଚ୍ଚା ହୁଏ ଆଗାମୀ ବର୍ଷ ଧୋନୀଙ୍କ ଖେଳ ଦେଖିବାକୁ ମିଳିବ ନା ନାହିଁ । ତେବେ ଚେନ୍ନାଇ ସୁପରକିଙ୍ଗ୍ସ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଗାମୀ ଆଇପିଏଲ୍ ସଂସ୍କରଣରେ ଖେଳିବେ ବୋଲି ଜଣାପଡ଼ିଛି ।

ଗତ ସିଜନରେ ସେ ସୁପରକିଙ୍ଗ୍ସ ଦଳର ନେତୃତ୍ୱ ନେବା ପରେ ପରବର୍ତ୍ତୀ ସିଜନରେ ଖେଳିବା ନେଇ ନିଶ୍ଚିତ ନଥିବା ପ୍ରକାଶ କରିଥିଲେ । ମାତ୍ର ଏଥର ସେ ଖେଳିବା ପାଇଁ ପ୍ରସ୍ତୁତ ରହିଥିବା ସପରକିଙ୍ଗ୍ସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ କାଶୀ ବିଶ୍ୱନାଥ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଧୋନି ଏତେ ଶୀଘ୍ର ଅବସର ନେଉ ନାହାନ୍ତି । ଆଗାମୀ ସିଜନରେ ସେ ଖେଳିବା ନିଶ୍ଚିତ ।
୪୪ବର୍ଷ ବୟସରେ ମଧ୍ୟ ସେ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି । ତାଙ୍କ ଉପସ୍ଥିତିରେ ଆମେ ଆଗାମୀ ସିଜନରେ ଚାମ୍ପିଅନ୍ ହେବୁ । ସେ କହିଛନ୍ତି, ଧୋନି ଏତେ ଶୀଘ୍ର ଅବସର ନେଉ ନାହାନ୍ତି । ଆଗାମୀ ସିଜନରେ ସେ ଖେଳିବା ନିଶ୍ଚିତ । ୪୪ବର୍ଷ ବୟସରେ ମଧ୍ୟ ସେ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି । ତାଙ୍କ ଉପସ୍ଥିତିରେ ଆମେ ଆଗାମୀ ସିଜନରେ ଚାମ୍ପିଅନ୍ ହେବୁ ।
