ଦୁର୍ଗାପାଙ୍ଗା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

0 101

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଦୁର୍ଗମ କୋଟଗଡ଼ ବ୍ଲକ୍ ଅଧିନସ୍ଥ ଦୁର୍ଗାପାଙ୍ଗା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ଛାତ୍ରୀମାନଙ୍କ ପାଇଁ ଯୋଗାଇ ଦେଉଥିବା ସମସ୍ତ ସୁବିଧା ସୁଯୋଗ ବିଷୟରେ ଆଲୋଚନା ହୋଇଥିଲା । ଏଥିସହିତ ବିଦ୍ୟାଳୟରେ ପାଠ ପଢ଼ୁଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କ ପାଇଁ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ କଣ ସବୁ ବ୍ୟବସ୍ଥା ରହିଛି ସେନେଇ ଆଲୋଚନା ହୋଇଥିଲା । ଛାତ୍ରୀମାନେ ନିଜର ଉଜ୍ବଳ ଭବିଷ୍ୟତ ଗଢ଼ିବାକୁ ହେଲେ କଣ ସବୁ କରିବା ଆବଶ୍ୟକ ସେନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ ଆମନ୍ତ୍ରୀତ ସମ୍ମାନିତ ଅତିଥି ଗଣ ଛାତ୍ରୀ ଏବଂ ଅଭିଭାବକଙ୍କୁ ଅବଗତ କରାଇଥିଲେ । ପରେ ବିଦ୍ୟାଳୟର ବିକାଶ ଓ ଅନ୍ତେବାସୀଙ୍କ ସୁରକ୍ଷା କ୍ଷେତ୍ରରେ ଉଭୟ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଅଭିଭାବକଙ୍କ ସହଭାଗିତା ନିତ୍ୟାନ୍ତ ଆବଶ୍ୟକ । ସରକାରୀ ସହାୟତା ସମେତ ଅଭିଭାବକଙ୍କ ପୂର୍ଣ୍ଣ ସହଯୋଗ ରହିଲେ ଛାତ୍ରୀଙ୍କ ଶିକ୍ଷାରେ ଉନ୍ନତି ଘଟିବା ସଙ୍ଗେସଙ୍ଗେ ବିଦ୍ୟାଳୟର ଉନ୍ନତି ମଧ୍ୟ ଘଟିବ ବୋଲି କହିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରତ ସାହୁ । ଏହି କାର୍ଯ୍ୟକ୍ରମରେ ଛାତ୍ରୀଙ୍କ ବହୁ ସଂଖ୍ୟକ ଅଭିଭାବକ ଯୋଗଦେଇ ସମସ୍ତ ବିଷୟ ବୁଝିବା ସହ ନିଜ ପିଲାଙ୍କୁ ଉତ୍ସାହିତ କରିଥିଲେ । ସେପଟେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାଳୟର ସମସ୍ତ ସହକାରୀ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସାମିଲ୍ ହୋଇ କାର୍ଯ୍ୟକ୍ରମକୁ ସୂଚାରୁରୃପେ ସମ୍ପାଦନା କରିଥିଲେ

hiranchal ad1
Leave A Reply

Your email address will not be published.

sixteen − 8 =