ଜିଲ୍ଲା ସ୍ତରୀୟ 72 ତମ ସମବାୟ ସପ୍ତାହ ପାଳିତ, ଯୋଗଦେଲେ ସାଂସଦ ଓ ବିଧାୟକ

0 79

ବୌଦ୍ଧ – ବୌଦ୍ଧ ସହର ବୁଟୁପାଲି ସ୍ଥିତ ତୁଳସୀ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ 72 ତମ ସମବାୟ ସପ୍ତାହ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଓ ବିଶିଷ୍ଟ ଅତିଥି ଭାବରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ | ଭାରପ୍ରାପ୍ତ ଉପ ନିବନ୍ଧକ ସମବାୟ ସମିତି ସମୁହ ଫକୀର ମୋହନ ବାଘଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ସମବାୟବିତ ଶେଷ କୁମାର ମେହେର, ବିସିସିବି ସଭାପତି ଅରୁଣ କୁମାର ପ୍ରଧାନ, ନାବାଡ DDM ସତ୍ୟ ସ୍ୱରୁପ ବିଦାନ୍ତ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଦ୍ରୌପଦୀ ମାଝୀ, ସହକାରୀ ବୟନ ଶିଳ୍ପ ନିର୍ଦ୍ଦେଶକ ସୁଶାନ୍ତ ନାଏକ, ଉପଖଣ୍ଡ ପ୍ରାଣୀ ଚିକିତ୍ସl ଅଧିକାରୀ ଡାକ୍ତର ତପନ କୁମାର ଦ୍ୱିବେଦୀ, ଅବସରପ୍ରାପ୍ତ ସହକାରୀ ନିବନ୍ଧକ ହାଡ଼ିବନ୍ଧୁ ମହାଖୁଡ ଯୋଗ ଦେଇଥିଲେ | ଅତିଥି ମାନେ ସମବାୟ ସପ୍ତାହ ପାଳନର ବାର୍ତ୍ତା ଆତ୍ମ ନିର୍ଭର ଭାରତ : ପ୍ରଗତି ପଥେ ସମବାୟ ସମ୍ପର୍କରେ ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ | ଉକ୍ତ ଅବସରରେ ଅବସରପ୍ରାପ୍ତ ସମବାୟ ଅଧିକାରୀ ହାଡ଼ିବନ୍ଧୁ ମହାଖୁଡ, ନେତ୍ରାନନ୍ଦ ପ୍ରଧାନ, ସମବାୟବିତ ଶେଷ କୁମାର ମେହେର, ଅଗ୍ରଣୀ ଚାଷୀ ଲଳିତ ମୋହନ ଥାଟୀଙ୍କୁ ସମ୍ମାନିତ କରା ଯାଇଥିଲା l ସେହିପରି ଉତ୍କୃଷ୍ଟ ସମବାୟ ସେବା ପ୍ରଦାନ ପାଇଁ ନାରାୟଣ ପ୍ରସାଦ, ପୁରୁଣା କଟକ ଓ ଗୁନ୍ଦୁଳିଆ ପାକ୍ସକୁ ପୁରସ୍କୃତ କରା ଯାଇଥିଲା l କାର୍ଯ୍ୟକ୍ରମ ଆୟୋଜନରେ SRCS ଭାସ୍କର ଚନ୍ଦ୍ର ପାଣିଗ୍ରାହୀ, ଗଙ୍ଗାଧର କହଁର, ସମବାୟ ନିରୀକ୍ଷକ ଶିବ ପ୍ରସାଦ ଖମାରୀ, ସ୍ବର୍ଣ୍ଣଲତା ପ୍ରଧାନ ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ | ଶ୍ରଦ୍ଧାଞ୍ଜଳି ସାହୁ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ |

hiranchal ad1
Leave A Reply

Your email address will not be published.

five − three =