ଲାଗୁହେଲା ମହିଳା ସଂରକ୍ଷଣ ଆଇନ ୨୦୨୩

0 54

ନୂଆଦିଲ୍ଲୀ: ଆଇନ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ, ୨୦୨୩ର ୧୦୬ତମ ସମ୍ବିଧାନ ସଂଶୋଧନ ଆଇନ ସେକ୍ସନ-୧ର ସବ୍‌ସେକ୍ସନ-୨ ଦ୍ୱାରା ପ୍ରଦତ୍ତ କ୍ଷମତାର ପ୍ରୟୋଗ କରି କେନ୍ଦ୍ର ସରକାର ୨୦୨୬ ଏପ୍ରିଲ ୧୬ରେ ମହିଳା ସଂରକ୍ଷଣ ଆଇନକୁ ତତ୍କାଳ କାର୍ଯ୍ୟକାରୀ କରିଛନ୍ତି।
୨୦୨୩ ସେପ୍ଟେମ୍ବରରେ ପାର୍ଲାମେଣ୍ଟରେ ନାରୀଶକ୍ତି ବନ୍ଦନ ଅଧିନିୟମ ପାରିତ ହୋଇଥିଲା। ମହିଳା ସଂରକ୍ଷଣ ଆଇନ ନାମରେ ପରିଚିତ ଏହି ଆକ୍ଟ ଲୋକ ସଭା ଓ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପ୍ରତିନିଧିତ୍ୱ ତ୍ୱରାନ୍ବିତ କରିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ଆଇନ ବଳରେ ମହିଳାମାନଙ୍କୁ ଏକ-ତୃତୀୟାଂଶ ବା ୩୩% ଆସନ ମିଳିବ। ତେବେ ୨୦୨୩ ଆଇନ ଅଧୀନରେ ୨୦୩୪ ମସିହା ପୂର୍ବରୁ ଏହି ସଂରକ୍ଷଣ କାର୍ଯ୍ୟକାରୀ ହୋଇପାରିବ ନାହିଁ। କାରଣ ୨୦୨୩ର ଆଇନ ଅନୁଯାୟୀ, ସଂରକ୍ଷଣ ବ୍ୟବସ୍ଥା ୨୦୨୭ ଜନଗଣନା ଆଧାରରେ କରାଯିବ।

hiranchal ad1
Leave A Reply

Your email address will not be published.

4 × 5 =