ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟିକୁ ଏକ ବଡ଼ ଝଟକା ଲାଗିଛି। ରାଜ୍ୟସଭା ରାଘବ ଚଢାଙ୍କ ସମେତ ସମସ୍ତ ବିଦ୍ରୋହୀ ଏଏପି ସାଂସଦଙ୍କୁ ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବରେ ମାନ୍ୟତା ଦେଇଛି। ରାଜ୍ୟସଭା ସଚିବାଳୟ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ରାଜ୍ୟସଭା ସଚିବାଳୟ ଆମ୍ ଆଦମୀ ପାର୍ଟିରୁ ବିଜେପିରେ ଯୋଗ ଦେଇଥିବା ସମସ୍ତ ସାଂସଦଙ୍କ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ସେମାନଙ୍କୁ ବିଜେପିରେ ସାମିଲ ଘୋଷଣା କରାଯାଇଛି, ଯାହା ଫଳରେ ଉଚ୍ଚ ସଦନରେ ବିଜେପି ସଦସ୍ୟଙ୍କ ସଂଖ୍ୟା ୧୧୩ କୁ ବୃଦ୍ଧି ପାଇଛି।
