ଭୁବନେଶ୍ଵର: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍। ଆଜି ଜୟଦେବବିହାର ଏବଂ ଆଚାର୍ଯ୍ୟ ବିହାର ମଧ୍ୟରେ ଜଣେ ବାଇକ୍ ଆରୋହୀଙ୍କୁ ପଛରୁ ଧକ୍କା ଦେଇଛି। ଦୁର୍ଘଟଣାରେ ବାଇକ୍ ଆରୋହୀ ଜଣକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଏହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ବସ୍ କାଚ ଭାଙ୍ଗିଦେଇଥିବାବେଳେ ପୁଲିସ୍ ବୁଝାସୁଝା ଜାରି ରଖିଛି।
