୧୫ ମେ’ରେ ମୁକ୍ତିଲାଭ କରିଥିବା ଆକ୍ସନ ଡ୍ରାମା ସିନେମା କରୁପ୍ପୁ ଏବେ ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ରେକର୍ଡ କରୁଛି । ଏହି ଚଳଚ୍ଚିତ୍ର କରୁପ୍ପୁରେ ସାଉଥଷ୍ଟାର ସୂରିୟାଙ୍କ ଦମଦାର ଆକ୍ସନ ଡ୍ରାମା ଏବେ ସାରା ବିଶ୍ୱରେ ୧୫୦କୋଟି ଆୟ କରିବା ସହିତ ଘରୋଇ ବଜାରରେ ୧୦୦ କୋଟି ଟଙ୍କା ଆୟ କରିବାକୁ ଯାଉଛି । ସୂଚନା ମୁତାବକ ଏହି ସିନେମା ଚତୁର୍ଥ ଦିନରେ ଭାରତରେ ୫,୯୪୭ଟି ଶୋ ମାଧ୍ୟମରେ ୧୪.୩ କୋଟି ଟଙ୍କା ଆୟ କରିଛି ।

ବର୍ତ୍ତମାନ ଏହି ସିନେମାର ମୋଟ ଭାରତୀୟ ଆୟ ୯୫.୩ କୋଟି ରହିଥିବା ବେଳେ ଏହା ଖୁବଶୀଘ୍ର ୧୦୦ କୋଟି ଟପିବାକୁ ଯାଉଛି । କେବଳ ଭାରତୀୟ କ୍ଷେତ୍ରରେ ନୁହେଁ ବରଂ ବିଦେଶୀ କ୍ଷେତ୍ରରେ ମଧ୍ୟ ଏହି ସିନେମା ଭଲ ପ୍ରଦର୍ଶନ କରୁଛି । ମେ’ ୧୮ ତାରିଖରେ, ଚଳଚ୍ଚିତ୍ରଟି ଆନ୍ତର୍ଜାତୀୟ ସ୍ତରରେ ୪ କୋଟି ଟଙ୍କା ରୋଜଗାର କରିଥିଲା, ଏପର୍ଯ୍ୟନ୍ତ ବିଦେଶରେ ଏହାର ମୋଟ ଆୟ ୪୬ କୋଟି ଟଙ୍କାରେ ପହଞ୍ଚିଛି । ଏହା ସହିତ, ଚଳଚ୍ଚିତ୍ରର ବିଶ୍ୱବ୍ୟାପୀ ଆୟ ଏବେ ୧୪୧.୩ କୋଟି ଟଙ୍କା ଛୁଇଁଛି ।
ପ୍ରେକ୍ଷାଳୟରେ କରୁପ୍ପୁ ସିନେମାର ଭଲ ପ୍ରଦର୍ଶନ ମଧ୍ୟରେ ଫିଲ୍ମ ନିର୍ମାତାମାନେ ସୋସିଆଲ ମିଡିଆରେ ଏକ ବିଶେଷ ଅପଡେଟ ସେୟାର କରିଛନ୍ତି । ସେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଥାଲାପତିଙ୍କୁ ଶ୍ରେୟ ଦେଇଛନ୍ତି ଏବଂ ପ୍ରଯୋଜକ ଏସଆର ପ୍ରଭୁଙ୍କୁ ମଧ୍ୟ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହି ଚଳଚ୍ଚିତ୍ରରେ ତ୍ରିଶା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଦୀର୍ଘ ଦିନ ପରେ ତ୍ରିଶା ଏବଂ ସୂରିୟାଙ୍କୁ ବଡ଼ ପରଦାରେ ଏକାଠି ଦେଖିବାକୁ ମିଳିଛି । ଏହି ଫିଲ୍ମରେ ତାମିଲ ଜଗତର ଅନେକ ନାମୀଦାମୀ କଳାକାରଙ୍କ ଅଭିନୟ ମଧ୍ୟ ଦେଖିବାକୁ ମିଳିଛି ।
