ଭୁବନେଶ୍ୱର : ମାଆ ହେଲା ଜିନ୍ନତ। ଶିମିଳିପାଳରୁ ମଙ୍ଗଳବାର ଆସିଲା ଖୁସି ଖବର। ମାଆ ହେଲା ବାଘୁଣୀ ‘ଜିନ୍ନତ’। ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି। ବାଘୁଣୀ ୪ଟି ଶାବକଙ୍କୁ ଜନ୍ମ ଦେଇଥିବା କ୍ୟାମେରାରେ ଟ୍ରାପ୍ ହୋଇଛି। ଗତ ମେ’ ୨୮ରେ ଟ୍ରାପ୍ କରାଯାଇଛି। ଛୁଆ ଗୁଡିକ ୨୦ ଦିନର। ନଭେମ୍ବର ୨୦୨୪ରେ ମହାରାଷ୍ଟ୍ରରୁ ‘ଜିନ୍ନତ’କୁ ଶିମିଳିପାଳ ଅଣାଯାଇଥିଲା।
