ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ପାଇକ,ଖଣ୍ଡାୟତ କୁଳ ସମାଜ ଗଠିତ ହୋଇଛି l ବାଲିଗୁଡ଼ା ନୂଆସାହିର ଅବସର ପ୍ରାପ୍ତ ଶିକ୍ଷକ ତଥା ଶିକ୍ଷାବିତ୍ ମୃତ୍ୟୁଞ୍ଜୟ ପ୍ରଧାନୀଙ୍କ ଆବାହନ କ୍ରମେ ସ୍ଥାନୀୟ ହନୁମାନ ମନ୍ଦିର ପ୍ରାଙ୍ଗଣରେ ସମାଜର ପଲ୍ଲୀ କମିଟି ଗଠନ ହୋଇଯାଇଛି l ପାଇକ,ଖଣ୍ଡାୟତ ସମାଜର ଜିଲ୍ଳା ସଭାପତି ଲକ୍ଷ୍ମୀ ନାରାୟଣ ଦଣ୍ଡିଆ, ସମ୍ପାଦକ ଶ୍ରୀକାନ୍ତ ଦଳବେହେରା , ସଂଯୋଜକ ଜୟରାମ ଦଣ୍ଡିଆଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଳା ସଭାପତି ଶ୍ରୀ ଲକ୍ଷ୍ମୀ ନାରାୟଣ ଦଣ୍ଡିଆ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ଯୁବଶକ୍ତିକୁ ସଂସ୍କାର ଶିକ୍ଷା,ନାରୀ ଶିକ୍ଷା,ପାରିବାରିକ ସର୍ଭେ ସମ୍ବନ୍ଧରେ ଆଲୋଚନା ହୋଇଥିଲା । ସର୍ବ ସମ୍ମତିକ୍ରମେ ସଭାପତି ଭାବେ ମାନସ ରଞ୍ଜନ ଅମାୟତ ଓ ସମ୍ପାଦକ ଭାବେ ସୁବ୍ରତ ପ୍ରଧାନୀ ମନୋନୀତ ହୋଇଥିବା ବେଳେ ଉପ ସଭାପତି ଭାବେ ନାରାୟଣ ଦଳପତି, ସହ ସଂପାଦକ ଭାଵେ ଦୁର୍ଗା ପ୍ରଧାନୀ, ସଂଯୋଜକ ଭାବେ ପ୍ରମୋଦ କୁମାର ଦଣ୍ଡସେନା, ଉପଦେଷ୍ଠା ଭାଵେ ମୃତ୍ୟୁଞ୍ଜୟ ପ୍ରଧାନୀ, କୈଳାଶ ପ୍ରଧାନୀ, ପରମେଶ୍ୱର ଡାକୁଆ, ପତ୍ରକାର ଭାଵେ ପବିତ୍ର ପ୍ରଧାନୀ ନିର୍ବାଚିତ ହୋଇଛନ୍ତି । ଏହି ଅବସରରେ ଉପଦେଷ୍ଠା ହିନ୍ଦୁ ପ୍ରଧାନୀ, ସନାତନ ଆମାୟତ, କୋଷାଧକ୍ଷ ସୀମାଞ୍ଚଳ ଗାଉଁଟିଆ, ରାମାରାଓ ଦଣ୍ଡିଆଙ୍କ ସମେତ କନ୍ଧମାଳ ଜିଲ୍ଲାର ୨୪ ଗୋଟି ପଲ୍ଲୀ କମିଟିର ପଦାଧିକାରୀ ଏବଂ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ଉପଦେଷ୍ଠା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବାଲିଗୁଡ଼ାରେ ପାଇକ, ଖଣ୍ଡାୟତ କୁଳ ସାମାଜ ଗଠନ ପରେ ସମାଜର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
