ଭିଜିଲାନ୍ସ ଜାଲରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

0 80

ସମ୍ବଲପୁର: ଭିଜିଲାନ୍ସ ଜାଲରେ ସମ୍ବଲପୁର ସିଏଡିଏ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ରେଡ୍। ଏହି ରେଡ୍‌ରେ ୪ ଜଣ ଡିଏସପି, ୧୩ ଜଣ ଇନ୍ସପେକ୍ଟର ଓ ୭ ଜଣ ଏଏସଆଇ ସାମିଲ ଅଛନ୍ତି। କଟକ, ବାଲେଶ୍ଵର, ସମ୍ବଲପୁର, ମାଲକାନଗିରିର ୭ଟି ସ୍ଥାନରେ ଚଢାଉ ଚାଲିଛି। 

hiring

ସୂଚନାନୁଯାୟୀ, ପଦ୍ମଲୋଚନ ନାୟକଙ୍କ ସମ୍ବଲପୁର ଧନୁପାଲି ସ୍ଥିତ ଭଡ଼ା ଘର , ଅଫିସ୍ ଚାମ୍ବର, କଟକ ବିଦ୍ୟାଧରପୁରରେ ବିଶାଳ ତିନି ମହଲା କୋଠା, ବାଲେଶ୍ୱର ବସ୍ତା ଅନ୍ତର୍ଗତ ମୁଖାଲିସ ଗାଁରେ ଦୁଇ ମହଲା କୋଠା ଠାବ କରାଯାଇଛି। କଟକ ସହର ମଧ୍ୟରେ ଥିବା ତାଙ୍କର ଦୁଇ ଜଣ ସହଯୋଗୀଙ୍କ ଘର ସହ କାଲିମେଳା ସ୍ଥିତ ତାଙ୍କର ଆଉ ଜଣେ ସହଯୋଗୀଙ୍କ ବାସଭବନବେ ମଧ୍ୟ ଚଡାଉ କରାଯାଉଛି। ଭିଜିଲାନ୍ସ ଟିମ୍ ପକ୍ଷରୁ ଏହି ସମସ୍ତ ସ୍ଥାନରେ କାଗଜପତ୍ର ଏବଂ ସମ୍ପତ୍ତିର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି।

hiranchal ad1
Leave A Reply

Your email address will not be published.

10 − seven =