ପାଖେଇ ଆସୁଛି ରଥଯାତ୍ରା ; ଆରମ୍ଭ ହେଲା ତିନିରଥର ଦୁଆର ବେଢ଼ା ନିର୍ମାଣ କାର୍ଯ୍ୟ

0 61

ପୁରୀ- ତିନିରଥର ଦୁଆର ବେଢ଼ା ପ୍ରସ୍ତୁତ ପାଇଁ ମୁଖ୍ୟ ମହାରଣାଙ୍କ ଉପସ୍ଥିତିରେ ସାଥି ମହାରଣା ଏବଂ ଭୋଇ ସେବକଙ୍କ ସହଯୋଗରେ ତିନିରଥର ୧୨ ଗୋଟି ଦୁଆର ବେଢ଼ା ମଧ୍ୟରୁ ତିନିରଥର ଦୁଇଟି ଲେଖାଏଁ ଦୁଆର ବେଢ଼ା ଶେଷ ହୋଇଛି।
ଶେଷ ପର୍ଯ୍ୟାୟରେ ତିନିରଥର ବେଦୀ ଚାରି ପାର୍ଶ୍ୱ ର ପଟାବାଡ଼ିଆ କାର୍ଯ୍ୟ। ତିନିରଥ ର ଚାର କୋଣକୁ ଛାଡ଼ି ବେଦୀ ଚାରି ପାର୍ଶ୍ୱରେ ପଟା ବାଡ଼ିଆ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ତିନିରଥ କୁ ୧୩ ପରାସ୍ତ ପୋଟଳ ଉଠି, ତିନିରଥର ଚାରିଟି ଲେଖାଏଁ ଦୁଆର ବେଢ଼ା ରଥକୁ ଉଠିବା ପରେ ଖାଲି ଥିବା ତିନିରଥର ଚାରି କୋଣ ରେ ପଟା ବାଡ଼ିଆ କାର୍ଯ୍ୟ ସମ୍ପନ୍ନ ହେବ।
**ଏଥିସହ ତିନିରଥର ବଡ କଳସ ପେଣ୍ଡୀ ରେ ପାପ କାର୍ଯ୍ୟ ଶେଷ ହେବାସହ , ଶେଷ ହୋଇଛି ୩୨ ଗୋଟି ପାଖୁଡ଼ାର ନିର୍ମାଣ କାର୍ଯ୍ୟ।ରୂପକାର ସେବକ ମାନେ ତିନିରଥର ୨୪ ଟି ନାଟ ଗୋଡ଼ରୁ ୧୨ ଗୋଟି ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଶେଷ କରିବା ପରେ ବାକି ୧୨ ଗୋଟି ନାଟ ଗୋଡ଼ରେ ରୂପ ଖୋଦେଇ ଜାରୀ ରଖିବା ସହ ଶେଷ ହୋଇଥିବା କନ୍ଦର୍ପ ରୂପ ଖୋଦେଇ ରୂପରେ ଅଳଙ୍କାର ପକା କାର୍ଯ୍ୟ ସହ ପଲିସ୍ କାର୍ଯ୍ୟ ଜାରୀ ରଖିଛନ୍ତି।ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନିରଥର ପୋଟଳ କଣ୍ଟା ଯୋଗାଇବା ପରେ ତିନିରଥର କଳସ କଣ୍ଟା,ଦୁଆର ବେଢ଼ା ପାଇଁ କଣ୍ଟା ନିର୍ମାଣ ସହ ତିନିରଥର ଜଏଣ୍ଟ ସ୍ଥାନରେ ଏଲ କ୍ଳାମ୍ପ, ଇଉ କ୍ଳାମ୍ପ ବାଡ଼ିଆ କାର୍ଯ୍ୟ ଜାରୀ ରଖିଛନ୍ତି।
ଚିତ୍ରକାର ମାନେ ତିନିରଥର ପୋଟଳ ପାରାଭାଡ଼ି ରେ ରଙ୍ଗ କାର୍ଯ୍ୟ ଶେଷ କରିବା ସହ ତିନି ରଥର ପାର୍ଶ୍ୱ ଦେବ ଦେବୀ ମାନଙ୍କ ପ୍ରତିମାରେ ରଙ୍ଗ କାର୍ଯ୍ୟ ସହ ତିନିରଥର ହଂସ ପଟା, ଶିଖର ଡମ୍ବରୁ, ଅଁଳା, ଓଲଟ ଶୁଆ ଏବଂ ନାଟ ଗୋଡ଼ରେ ରଙ୍ଗ କାର୍ଯ୍ୟ ସହ ତିନିରଥର ବାହ୍ୟ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି।ତିନିରଥର ସମ୍ମୁଖ ଭାଗ ଚକ ଗୁଡ଼ିକର ସୁରକ୍ଷା ପାଇଁ ଉଭୟ ପାର୍ଶ୍ୱ ପଇ ସଂଯୋଗ ସ୍ଥାନରେ ଲୁହା ପ୍ଲେଟ୍ ମାନ ନଟ ବୋଲ୍ଟ ଦେଇ ମହାରଣା ସେବକ ମାନେ ଫିଟିଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି।
ଦୋଳବେଦୀ ଠାରେ ପାହି ମହାରଣା ମାନେ ରଥ ଯାତ୍ରା ରେ ମହାପ୍ରଭୁଙ୍କ ସେବା ପୂଜା ନିମନ୍ତେ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରୀରଖିଛନ୍ତି।

hiranchal ad1
Leave A Reply

Your email address will not be published.

3 × two =