ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପିଏମ ମୋଦୀ

0 100

ନୂଆଦିଲ୍ଲୀ: ବିଶ୍ୱ ଦରବାରରେ ପୁଣି ଥରେ ବଢ଼ିଛି ଭାରତର ଗୌରବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର ସର୍ବୋଚ୍ଚ ନାଗରିକ ସମ୍ମାନ ‘ବିନ୍ତାଙ୍ଗ ଆଦିପୂର୍ଣ୍ଣ’ ରେ ସମ୍ମାନିତ କରିଛି ଦକ୍ଷିଣ-ପୂର୍ବ ଏସିଆର ପ୍ରମୁଖ ଦେଶ ଇଣ୍ଡୋନେସିଆ। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ନୂଆ ଉଚ୍ଚତାକୁ ନେବା ଏବଂ ବିଶ୍ୱ ଶାନ୍ତି ରକ୍ଷାରେ ପ୍ରଧାନମନ୍ତ୍ରୀଙ୍କ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। 

hiring

ଭାରତୀୟ ସେନାର ଶକ୍ତି କୁହାଯାଉଥିବା ସୁପରସୋନିକ କ୍ରୁଜ୍ ମିସାଇଲ୍ ‘ବ୍ରହ୍ମୋସ’ ଏବଂ ଆକାଶରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ‘ଅସ୍ତ୍ର’ ମିସାଇଲ୍ ଏବେ ଇଣ୍ଡୋନେସିଆ ସେନାର ଶକ୍ତି ବଢ଼ାଇବ। ଏହି ମେଗା ପ୍ରତିରକ୍ଷା ଚୁକ୍ତି ଅନୁଯାୟୀ, ଭାରତ ଠାରୁ ଏହି ଅତ୍ୟାଧୁନିକ ମିସାଇଲ୍ କିଣିବାକୁ ଇଣ୍ଡୋନେସିଆ ସବୁଜ ସଙ୍କେତ ଦେଇଛି। ଏହି ଚୁକ୍ତି ପରେ ପ୍ରତିରକ୍ଷା ରପ୍ତାନି କ୍ଷେତ୍ରରେ ଭାରତର ସ୍ଥିତି ଆହୁରି ମଜବୁତ ହୋଇଛି।

hiranchal ad1
Leave A Reply

Your email address will not be published.

11 − 7 =