ଜୁନିଅର ଷ୍ଟାଲିନଙ୍କୁ ଉଠାଇନେଲା ପୁଲିସ, କାହିଁକି ଜାଣନ୍ତୁ

0 63

ଚେନ୍ନାଇ: ଅଭିନେତ୍ରୀ ତ୍ରିଷାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ଅଭିଯୋଗରେ ତାମିଲନାଡ଼ୁ ବିରୋଧୀ ଦଳ ନେତା ତଥା ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ପୁଲିସ ଅଟକ ରଖିଛି । ଷ୍ଟାଲିନଙ୍କୁ ତାଙ୍କ ଚେନ୍ନାଇସ୍ଥିତ ବାସଭବନରୁ ପୁଲିସ ଉଠାଇ ଥାନାକୁ ନିଆଯାଇଛି । 

ଗତକାଲି କାବେରୀ ଜଳ ବିବାଦକୁ ନେଇ ମୁଖ୍ୟମନ୍ତ୍ରୀ ବିଜୟ ଥଲାପଥୀଙ୍କୁ ଟାର୍ଗେଟ କରିବା ସମୟରେ ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶାଙ୍କ ବିଷୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଶୋଭାଯାତ୍ରା ସମୟରେ ଭିଡ଼ର ଜଣେ ସଦସ୍ୟ “ତ୍ରିଷା, ତ୍ରିଷା” ସ୍ଲୋଗାନ ଦେବାରୁ ବିବାଦ ଆରମ୍ଭ ହୋଇଥିଲା। ଉଦୟନିଧି ତାଙ୍କ ଭାଷଣ ବନ୍ଦ କରି ହସିଥିଲେ ଏବଂ ତ୍ରିଷାଙ୍କୁ ନେଇ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ । ଷ୍ଟାଲିନ୍ କହିଥିଲେ, “ପାଣି କେଉଁଠି ପହଞ୍ଚୁ କି ନ ପହଞ୍ଚୁ ଇଏ କିନ୍ତୁ ସବୁଆଡ଼େ ପହଁଚି ଯାଉଛି”। ତାଙ୍କର ଏହି ଉକ୍ତିରୁ ରାଜନୈତିକ ମହଲରେ ତୀବ୍ର ସମାଲୋଚନା ଆରମ୍ଭ ହୋଇଥିଲା । ଏହା ତ୍ରିଷାଙ୍କୁ ଇଙ୍ଗିତ କରି କୁହାଯାଇଥିବା ଟିଭିକେ ଅଭିଯୋଗ କରିଥିଲା ।

hiring

ବିଜେପି ମଧ୍ୟ ଷ୍ଟାଲିନଙ୍କ ମନ୍ତବ୍ୟରେ କ୍ଷୋଭ ପ୍ରକାଶ କରିଥିଲା । ବିଜେପି କହିଥିଲା ଯାହା ଘରେ ମା ଏବଂ ଝିଅ ଅଛନ୍ତି ସେ କେବେ ହେଲେ ଏଭଳି ମନ୍ତବ୍ୟ ଦେବ ନାହିଁ । ଷ୍ଟାଲିନଙ୍କୁ ମହିଳାମାନେ କେବେବି କ୍ଷମା କରିବେ ନାହିଁ । 

ମୁଖ୍ୟମନ୍ତ୍ରୀ ବିଜୟ ନିଜେ ଉଭୟ ଥାନା ଏବଂ ଜାତୀୟ ମହିଳା ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ଷ୍ଟାଲିନଙ୍କୁ ଆଜି ପୋଲିସ ଉଠାଇ ନେଇଛି । ଷ୍ଟାଲିନ ନିଜ ମନ୍ତବ୍ୟ ଅଟଳ ରହିଛନ୍ତି । ସେ କୌଣସି ମନ୍ଦ ଉଦ୍ଦେଶ୍ୟରେ ଏହା କହି ନାହାଁନ୍ତି ବୋଲି ଯୁକ୍ତି ରଖିଛନ୍ତି । 

hiranchal ad1
Leave A Reply

Your email address will not be published.

one × five =