ଅଧିକାରୀମାନଙ୍କୁ କାମର ହିସାବ ମାଗିଲେ ଉପ ମୁଖ୍ୟମନ୍ତ୍ରୀ, ବିଦେଶ ଯାଇ କ’ଣ ଶିଖିଲ ଜଣାଅ

0 73

ଭୁବନେଶ୍ୱର, ୧: କୃଷି ଅଧିକାରୀଙ୍କ ବାହାର ରାଜ୍ୟ ଓ ବିଦେଶ ଗସ୍ତକୁ ନେଇ ତାଗିଦ୍‌ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଭୁବନେଶ୍ୱର କୃଷି ଭବନ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଉଦ୍ୟାନ କୃଷି ଅଧିକାରୀ ସମ୍ମିଳନୀରେ ସେ ଅଧିକାରୀମାନଙ୍କୁ କାମର ହିସାବ ମାଗିଛନ୍ତି। ସରକାରୀ ଖର୍ଚ୍ଚରେ ବିଦେଶ କିମ୍ବା ଅନ୍ୟ ରାଜ୍ୟକୁ ଗସ୍ତ କରିଥିବା ଅଧିକାରୀମାନେ କ’ଣ ଶିଖିଲେ, କ’ଣ ଦେଖିଲେ ଏବଂ ତାହା ଓଡ଼ିଶାରେ କିପରି ପ୍ରୟୋଗ କରିବେ, ସେନେଇ ୭ ଦିନ ମଧ୍ୟରେ ରିପୋର୍ଟ ଦେବେ। ଗସ୍ତ ପରେ ରିପୋର୍ଟ ନଦେଇ ଚୁପ୍ ବସିଲେ ଆଉ ଚଳିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ।

hiring

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରଶ୍ନ କରିଛନ୍ତି, “ଆମୋଦ ପ୍ରମୋଦ ପାଇଁ କ’ଣ ବାହାର ରାଜ୍ୟକୁ ଯାଉଛନ୍ତି? ଯଦି ଯାଉଛନ୍ତି, ତେବେ ରାଜ୍ୟରେ ଏହାର ପ୍ରତିଫଳନ କାହିଁକି ଦେଖାଯାଉନାହିଁ?” ସରକାରୀ ଅର୍ଥରେ ହେଉଥିବା ପ୍ରତ୍ୟେକ ଗସ୍ତର ଖର୍ଚ୍ଚ ଓ ଫଳାଫଳର ହିସାବ ଦେବାକୁ ସେ କହିଛନ୍ତି।

hiranchal ad1
Leave A Reply

Your email address will not be published.

twelve − nine =