ହରଭଙ୍ଗା :ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ରାଧାନଗର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲାଣ୍ଡିବନ୍ଧ ହୋଟେଲ ନିୟୁ ଭରତ ନିକଟରେ ୫୭ ନମ୍ବର ଜାତୀୟ ରାଜପଥ ଉପରେ ଗତ ବିଳମ୍ବିତ ରାତ୍ରି ରେ ଏକ କାର ହୁତୁହୁତ ହୋଇ ଜଳି ଯାଇଥିବା ବେଳେ ସେଥିରେ ଥିବା 4ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲାରୁ ଲଳିତମଣି ବାରିକ ଓ ଅନ୍ୟ 3ବନ୍ଧୁ ସମ୍ବଲପୁର ଅଭିମୁଖେ ଜାତୀୟ ରାଜପଥ ରେ ଯାଉଥିବା ବେଳେ ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ହୋଟେଲ ନିୟୁ ଭରତ ନିକଟରେ ବିଳମ୍ବିତ ରାତ୍ରି ରେ ସମସ୍ତ 4ଜଣ ଯାତ୍ରୀ ପରିସ୍ରା ପାଇଁ ଓହ୍ଲାଇଥିବା ବେଳେ ହଠାତ ଗାଡି ରେ ନିଆଁ ଲାଗି ଜଳିଗଲା କାର l ସଟସର୍କିଟ ରୁ କାର ଜଳି ଯାଇଥିବା ଅନୁମାନ କରାଯାଉଥିବା ବେଳେ କିଛି ସମୟ ପାଇଁ ଜାତୀୟ ରାଜପଥ ଅବରୋଧ ହୋଇଥିଲା l ସମସ୍ତ ଯାତ୍ରୀ ମାନେ ସୁରକ୍ଷିତ ଥିବା ବେଳେ ବୌଦ୍ଧ ଆଦର୍ଶ ପୋଲିସ ଓ ଅଗ୍ନିଶମ ବାହିନୀ ପହଂଚି ନିଆଁ କୁ ଆୟତ୍ତ କରିଥିଲେ lସେପଟେ ବୌଦ୍ଧ ଆଦର୍ଶ ଥାନା ପୋଲିସ ଘଟଣା ର ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି l

