୨୦୨୭ ଏପ୍ରିଲରେ ପାକ୍ସ-ଲ୍ୟାମ୍ପ୍ସ ନିର୍ବାଚନ, ମାର୍ଚ୍ଚ ସୁଦ୍ଧା ଚୂଡାନ୍ତ ଭୋଟର୍‌ ତାଲିକା

0 78

ଭୁବନେଶ୍ୱର: ୨୦୨୭ ଏପ୍ରିଲରେ ହେବ ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ) ଓ ଏବଂ ବୃହଦାକାର ବହୁମୁଖୀ ସମବାୟ ସମିତି (ଲ୍ୟାମ୍ପ୍ସ) ଗୁଡ଼ିକର ନିର୍ବାଚନ । ଏହି ପାକ୍ସ ଓ ଲ୍ୟାମ୍ପ୍ସରେ ଥିବା ଚାଷୀ ସଦସ୍ୟମାନେ ଭୋଟ୍ ଦେଇ ନିଜ ସମବାୟ ସମିତିର ସଭାପତି ଓ ଉପସଭାପତି ଚୟନ କରିବେ ।

hiring

ଚଳିତ ମାସରୁ ମେଗା ସମବାୟ ସଦସ୍ୟତା ଅଭିଯାନ “ସମ୍ୱନ୍ଧ’ର ଆରମ୍ଭ ହେବ । ଏହା ପୂର୍ବରୁ ପ୍ରତ୍ୟେକ ଦଳ ନିଜର ସମବାୟ ପ୍ରକୋଷ୍ଠ (କୋଅପରେଟିଭ୍ ସେଲ୍)କୁ ମଜଭୁତ କରିବାକୁ ଆରମ୍ଭ କରିଛନ୍ତି । ବାରମ୍ବାର ଏହି ସେଲର ବୈଠକ କରିବା ସହିତ ଅଧିକରୁ ଅଧିକ ସଦସ୍ୟ ଯୋଡ଼ିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ପ୍ରଥମେ ରାଜ୍ୟସ୍ତରରେ ବୈଠକ ସହିତ ଜିଲ୍ଲା ଓ ବ୍ଲକସ୍ତରୀୟ ବୈଠକର ମଧ୍ୟ ଆୟୋଜନ କରୁଛନ୍ତି । ପ୍ରାଥମିକ ସମବାୟ ସମିତିଗୁଡ଼ିକ ଏଣିକି ଏହାର ସଦସ୍ୟମାନଙ୍କୁ ଲାଭାଂଶ ପ୍ରଦାନ କରିବ । ଏହା ବ୍ୟତୀତ ବହୁ ସମବାୟ ସମିତିରେ ବ୍ୟାଙ୍କ ଆରମ୍ଭ ହେବ । କିଛି ସମିତିରେ କୃଷି ଯନ୍ତ୍ରପାତି ବିକ୍ରି ହେବ ତ ପୁଣି କୋଉଠି ମଡେଲ୍ ମଣ୍ଡି ପ୍ରତିଷ୍ଠା ହେବ । କିଛି ସମିତିରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ହେବ ତ ଆଉ କେଉଁଠି ମାର୍କେଟ୍ କଂପ୍ଲେକ୍ସ ପ୍ରତିଷ୍ଠା ହେବ ।

hiranchal ad1
Leave A Reply

Your email address will not be published.

2 × 4 =