ଜନ୍ମଷ୍ଟାମୀ ପାଇଁ ଏହି ସମୟରେ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

0 85

ପୁରୀ: ଶ୍ରୀକ୍ଷେତ୍ର ପୁରୀକୁ ଆସୁଥିବା ଭକ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା। ଭାଦ୍ରବ କୃଷ୍ଣ ଅଷ୍ଟମୀ ଅବସରରେ ଆସନ୍ତାକାଲି (ସେପ୍ଟେମ୍ବର ୪) ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେବ ପବିତ୍ର କୃଷ୍ଣ ଜନ୍ମନୀତି। ଏହି ଅବସରରେ ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ପୁରୀ ପୋଲିସ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି।

ପୋଲିସ ସୂଚନା ଅନୁଯାୟୀ, ସନ୍ଧ୍ୟା ୭ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିବ ନାହିଁ। କୃଷ୍ଣ ଜନ୍ମନୀତି ଶେଷ ହେବା ପରେ ପୁଣିଥରେ ସାଧାରଣ ଦର୍ଶନ ଆରମ୍ଭ ହେବ।

hiring

ଭାଦ୍ରବ କୃଷ୍ଣ ଅଷ୍ଟମୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସମ୍ମୁଖରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳନ କରାଯାଏ। ଏହା ଶ୍ରୀମନ୍ଦିରର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନୀତି ମଧ୍ୟରୁ ଗୋଟିଏ ହୋଇଥିବାରୁ ସୁରକ୍ଷା ଓ ଶୃଙ୍ଖଳା ଦୃଷ୍ଟିରୁ ଦର୍ଶନ ସାମୟିକ ଭାବେ ବନ୍ଦ ରଖାଯାଉଛି।

ପୁରୀ ପୋଲିସ ଭକ୍ତମାନଙ୍କୁ ଅନୁରୋଧ କରିଛି ଯେ, ଦର୍ଶନ ପାଇଁ ଆସିବା ପୂର୍ବରୁ ଏହି ସମୟସୀମାକୁ ଧ୍ୟାନରେ ରଖନ୍ତୁ ଓ ଭିଡ଼ ଏଡ଼ାଇବା ପାଇଁ ସେହି ଅନୁଯାୟୀ ଯାତ୍ରା ଯୋଜନା କରନ୍ତୁ।

hiranchal ad1
Leave A Reply

Your email address will not be published.

5 × 5 =