ଛାତ୍ରୀଛାତ୍ରଙ୍କ ଦୁର୍ଘଟଣା ସହାୟତାକୁ ନେଇ ଆସିଲା ନୂଆ ନିର୍ଦ୍ଦେଶାବଳୀ

0 51

ଭୁବନେଶ୍ୱର: ଛାତ୍ରୀଛାତ୍ରଙ୍କ ଦୁର୍ଘଟଣାଜନିତ ସମସ୍ୟାରେ ସହାୟତା ପ୍ରଦାନକୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରୀଛାତ୍ର ଏହି ବ୍ୟବସ୍ଥାରେ ସାମିଲ ହେବେ। ଦୁର୍ଘଟଣାରେ ଛାତ୍ରଙ୍କ ମୃତ୍ୟୁ କିମ୍ବା ସ୍ଥାୟୀ ଅକ୍ଷମତା ଘଟିଲେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁକମ୍ପା ସହାୟତା ମିଳିବ।

ଏଥିସହ ଉଚ୍ଚତର ଚିକିତ୍ସା ପାଇଁ ଅନ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ଆବଶ୍ୟକ ହେଲେ ୩୦ ହଜାର ଟଙ୍କା ଏବଂ ଯାତାୟାତ ଖର୍ଚ୍ଚ ବାବଦକୁ ୧୦ ହଜାର ଟଙ୍କା ସହାୟତା ଦିଆଯିବ। ସରକାରୀ ଚିକିତ୍ସାଳୟରେ ଛାତ୍ରୀଛାତ୍ରଙ୍କୁ ନିଶୁଳ୍କ ଚିକିତ୍ସା ସୁବିଧା ମଧ୍ୟ ମିଳିବ।

hiring

ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ଅନୁକମ୍ପା ସହାୟତା ରାଶି ଛାତ୍ରଙ୍କ ମା’ କିମ୍ବା ବାପାଙ୍କୁ ପ୍ରଦାନ କରାଯିବ। ଉଭୟ ନ ଥିଲେ ଜିଲାପାଳଙ୍କ ଦ୍ୱାରା ଚିହ୍ନଟ ଅଭିଭାବକଙ୍କୁ ସହାୟତା ରାଶି ମିଳିବ।

ସହାୟତା ରାଶି ପ୍ରଦାନ ପାଇଁ ପ୍ରଧାନଶିକ୍ଷକ, ଜିଲାପାଳ, ଜିଲା ଶିକ୍ଷା ଅଧିକାରୀ (ଡିଇଓ) ଓ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ଅନୁମୋଦନ ଆବଶ୍ୟକ ହେବ। ଅନୁମୋଦନ ମିଳିବାର ୨୪ ଘଣ୍ଟା ମଧ୍ୟରେ ଅଭିଭାବକଙ୍କୁ ସହାୟତା ରାଶି ପ୍ରଦାନ କରାଯିବ। ନୂଆ ବ୍ୟବସ୍ଥା ଦୁର୍ଘଟଣାଗ୍ରସ୍ତ ଛାତ୍ରୀଛାତ୍ର ଓ ସେମାନଙ୍କ ପରିବାରକୁ ତ୍ୱରିତ ସହାୟତା ଯୋଗାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

hiranchal ad1
Leave A Reply

Your email address will not be published.

nine + 3 =