ନୂଆଦିଲ୍ଲୀ: ଅନଲାଇନ ପେମେଣ୍ଟ ସୁବିଧା ଦେଉଥିବା କମ୍ପାନି ଗୁଡିକ ରିଜର୍ଭ ବ୍ୟାଙ୍କକୁ କେୱାଇସି ଅବଧି ବଢ଼ାଇବାକୁ ଅନୁରୋଧ କରିଛନ୍ତି। ଏହି ସୀମା ଚଳିତ ମାସ ୧୫ ତାରିଖ ଯାଏ ରହିଛି। ଅବଧି ନ ବଢ଼ିଲେ ୟୁପିଆଇ କାମ କରିବନି। ଫଳରେ ଦେଶର ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀଙ୍କ ଉପରେ ସଙ୍କଟ ରହିଛି। ଗ୍ରାହକ ବିଭିନ୍ନ ଦୋକାନ, ଠେଲା ଏବଂ ଅନଲାଇନରୁ ସାମଗ୍ରୀ କିଣିଲେ ୟୁପିଆଇ ପେମେଣ୍ଟ କରିବାରେ ସମସ୍ୟା ଉପୁଜିପାରେ।

ପେଟିଏମ୍ ଏବଂ ଫୋନପେ’ ଭଳି ଅନ୍ଲାଇନ ପେମେଣ୍ଟ କମ୍ପାନିଗୁଡିକ କହିଛନ୍ତି, ସାରା ଦେଶରେ ଲକ୍ଷ ଲକ୍ଷ ଛୋଟ ବଡ଼ ଦୋକାନୀଙ୍କର ଇ-କେୱାଇସି କରିବା ଏବେ ମଧ୍ୟ ବାକି ରହିଛି। ୧୫ ସେପ୍ଟେମ୍ବର ଭିତରେ ସବୁ କାମ ସାରିବା କଷ୍ଟକର। ୧୫ ସେପ୍ଟେମ୍ବର ଭିତରେ କେୱାଇସି ନ କଲେ ମର୍ଚ୍ଚାଣ୍ଟ ଆକାଉଣ୍ଟ ଅସ୍ଥାୟୀ ଭାବେ ବନ୍ଦ ହୋଇଯିବ। ଏକ ରିପୋର୍ଟ ମୁତାବକ କ୍ୟୁଆର୍ କୋଡ୍ ବ୍ୟବହାର କରୁଥିବା ପ୍ରାୟ ୩୦ରୁ ୩୫% କ୍ଷୁଦ୍ର ଏବଂ ଠେଲା ଦୋକାନୀ, ରାସ୍ତାକଡ଼ ଦୋକାନୀ ଏହା ଦ୍ୱାରା ପ୍ରଭାବିତ ହେବାର ର ଆଶଙ୍କା ରହିଛି।
