ପୁରୀ-ପୁରୀରେ ସ୍ଵାଧ୍ଵି ରୁତ୍ତୁମ୍ଭରା ଙ୍କ ଭଗବତ କଥା ଆଲୋଚନାରେ ଯୋଗ ଦେଇ ଆଶୀର୍ବଚନ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସ୍ୱାଧୀଙ୍କ ଭଗବତ କଥା ଶୁଣି ନିଜର ବୌଦ୍ଧିକ ବିକାଶ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ପୁରୀ କୁ ଆଧ୍ୟାତ୍ମିକ ରାଜଧାନୀ କରିବାକୁ ସରକାର ଯେଉଁ ପ୍ରୟାସ କରିଛନ୍ତି , ତା ମଧ୍ୟରେ ଏଭଳି ଭଗବତ କଥାର ଆୟୋଜନ ବେଶ୍ ଗୁରୁତ୍ୱ ବହନ କରେ ବୋଲି ସେ କହିଛନ୍ତି।ଓଡ଼ିଶାରେ ଅତିବଡିଙ୍କ ରଚିତ ଓଡ଼ିଆ ଭାଗବତକୁ ଅନେକ କାଳରୁ ଗୁରୁତ୍ଵ ଦିଆଯାଇ ଆସିଛି ।ଏଥିରେ ଥିବା ଭଗବତ୍ କଥା କୁ କୋଣ ଅନୁକୋଣ ରେ ପହଞ୍ଚାଇବାକୁ ସରକାର ପ୍ରୟାସ କରୁଥିବା ବେଳେ ଏଭଳି ଆୟୋଜନ ଏକ ସଠିକ୍ ମାର୍ଗ ଦେଖାଇବ ।


ଓଡିଆ ଅସ୍ମିତାର ପ୍ରତୀକ ଓଡ଼ିଆ ଭାଗବତ ତଥା ଭାଗବତ ଟୁଙ୍ଗି ର ରକ୍ଷା ରାଜ୍ୟ ସରକାରଙ୍କ ସର୍ବାଗ୍ରେ ରହିବ ।ରାମ ଜନ୍ମଭୂମି ପାଇଁ ଲଢେଇ କରିଥିବା ସ୍ୱାଧ୍ୱି ଅନେକ ଅନୁପ୍ରାଣିତ କରେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ସେପଟେ ଏହି ଅବସରରେ ପରମଶକ୍ତି ପୀଠ ତରଫରୁ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ଦାବିକୁ ଗ୍ରହଣ କରାଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।ଏହି କ୍ରମରେ ଓଡ଼ିଶାରେ ରହିଥିବା ଅନଗ୍ରସର ସ୍ଥାନ ଗୁଡିକରେ ସେବାକାର୍ଯ୍ୟ କରାଯିବ ।ବାତ୍ସଲ୍ୟ ଗ୍ରାମ, ଗୁରୁକୁଳମ,ସୈନିକ ସ୍କୁଲ କୁ ରୂପରେଖ ଦେବ ପରମଶକ୍ତି ପୀଠ ।ସେପଟେ 7 ଦିନିଆ ସ୍ୱାଧୀ ରୁତ୍ତୁମ୍ଭରାଙ୍କ କାର୍ଯ୍ୟକ୍ରମର ଆଜି ଶେଷ ଦିନ ଥିଲା।ଶେଷ ଦିନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ସ୍ୱାଧିଙ୍କ ଭଗବତ କଥାରେ ନିଜକୁ ସାମିଲ କରିଥିଲେ ।
