ବେଆଇନ୍ ଗଞ୍ଜେଇ ସହ ୨ଟି ଦେଶୀ ବନ୍ଧୁକ ଓ ୨ ଟି ବାଇକ୍ ଜବତ; ମାଷ୍ଟର ମାଇଣ୍ଡ୍ ସମେତ ୩ ଅଭିଯୁକ୍ତ ଗିରଫ

0 66

ବାଲିଗୁଡ଼ା: କନ୍ଧମାଳ ପୋଲିସ୍ ପକ୍ଷରୁ ଯୋର୍ ଧରିଲା ନିଶାମୁକ୍ତ ଓ ଅପରାଧ ମୁକ୍ତ କନ୍ଧମାଳ ଅଭିଯାନ । ବାଲିଗୁଡ଼ା ପୋଲିସକୁ ମିଳିଛି ଆଉ ଏକ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଗଞ୍ଜେଇ ସହ ଅଭିଯୁକ୍ତକୁ ମାଡ଼ି ବସିଲା ପୋଲିସ୍ । ଅଭିଯୁକ୍ତଙ୍କ ନିକଟରୁ ୪୨ କେଜି ଗଞ୍ଜେଇ ସହ ୨ ଟି ଦେଶୀ ବନ୍ଧୁକ ଓ ଦୁଇଟି ବାଇକ୍ ଜବତ କରିଛି ପୋଲିସ୍ । ଘଟଣାର ମୁଖ୍ୟ ଅଭିଯୁକ୍ତ ବାଲିଗୁଡ଼ା ଥାନା ଅନ୍ତର୍ଗତ ତିଲପଡ଼ା ଗ୍ରାମର ନିଳମ୍ବତ ମଲ୍ଲିକ ସମେତ ବୈଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଅଞ୍ଚଳର ବିରେନ୍ଦ୍ର ମଲ୍ଲିକ ଓ ରଞ୍ଜିତ୍ ଭୋଗକୁ ଗିରଫ କରିଛି ବାଲିଗୁଡ଼ା ପୋଲିସ୍ । ଗିରଫ ଅଭିଯୁକ୍ତମାନେ କନ୍ଧମାଳ ଓ ବୈଦ୍ଧ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପଥଚାରୀ ଓ ପର୍ଯ୍ୟଟକଙ୍କୁ ସୁନସାନ୍ ରାସ୍ତାରେ ମାରଣାସ୍ତ୍ର ଦେଖାଇ ଲୁଟ୍,ଛିନତାଇ କରିବା ସହ ଅନେକ ଚୋରି, ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ପ୍ରଥମିକ ତଦନ୍ତରୁ ଜଣାପଡ଼ିଛି । ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଏନେଇ ଅଧିକ ତଦନ୍ତ ଜାରି ରଖିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବାଲିଗୁଡ଼ା ଏସଡିପିଓ ଶୁଭମ୍ ଭୋସଲେ ।

hiranchal ad1
Leave A Reply

Your email address will not be published.

20 + twenty =