ନନ୍ଦନକାନନ ଆସିଲେ ୫ ଓରାଙ୍ଗଉଟାନ, ଏସଟିଏଫ୍ କରିବ ତଦନ୍ତ

0 101

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କୁ ବର୍ତ୍ତମାନ ପାଇଁ ଅଲଗା କରି ରଖାଯାଇଛି । ନନ୍ଦନକାନନ ପକ୍ଷରୁ ସେମାନଙ୍କୁ ସମସ୍ତ ପ୍ରକାର ଖାଦ୍ୟ ପାନୀୟ ଆଦି ଯୋଗାଇ ଦିଆଯାଉଛି । 

hiring

ସେପଟେ ଏହି ବିରଳ ପ୍ରଜାତିର ଜୀବ ଭୋଗରାଇକୁ କିପରି ଆସିଲେ ତାହା ଏବେ ବଡ଼ ପ୍ରଶ୍ନ । ଏହା ଚୋରା ଚାଲାଣ କରାଯାଇଛି କି ନାହିଁ ସେ ନେଇ ଖୋଳତାଡ଼ କରିବ ସ୍ପେଶାଲ୍ ଟାସ୍କ ଫୋର୍ସ । ସେଥିପାଇଁ ଏସଟିଏଫ୍ ଆଇଜି ହିଂମାଶୁ ଲାଲଙ୍କ ନେତୃତ୍ୱରେ ଏକ ଟିମ୍ ବାଲେଶ୍ୱର ଗସ୍ତ କରିଛି । ଚୋରା ଚାଲାଣ ନେଇ ଏସଟିଫ୍ ତଦନ୍ତ କରିବ । 

ଗତକାଲି ସକାଳେ ବିଚିତ୍ରପୁର ଜଙ୍ଗଲରେ ସ୍ଥାନୀୟ ଲୋକେ ଓରାଙ୍ଗଉଟାନକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ବନବିଭାଗ ଟିମ୍ ସେମାନଙ୍କୁ ଉଦ୍ଧାର କରିବା ପରେ ପ୍ରାଥମିକ ଚିକିତ୍ସା କରାଇଥିଲା । ପ୍ରେସମିଟ କରି ବାଲେଶ୍ବର ଡିଏଫଓ କହିଛନ୍ତି, ଓରାଙ୍ଗଉଟାନଙ୍କୁ ଚାଲାଣ କରାଯାଇଥିବା ନେଇ କୌଣସି ପ୍ରମାଣ ମିଳିନଥିବା ବାଲେଶ୍ୱର ଡିଏଫଓ ଡିଏଫଓ ଇନ୍ଦଲକର୍ ପ୍ରତୀକ ସୂଚନା ଦେଇଛନ୍ତି । 

hiranchal ad1
Leave A Reply

Your email address will not be published.

five × 2 =