ଭାରତରେ ପହଞ୍ଚିଲେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ

0 71

ନୂଆଦିଲ୍ଲୀ: ବ୍ରିକ୍ସ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଆଜି ଭାରତରେ ପହଞ୍ଚିଛନ୍ତି। ଦିଲ୍ଲୀର ପାଲାମ୍ ବିମାନବନ୍ଦରରେ ତାଙ୍କ ବିମାନ ଅବତରଣ କରିବା ପରେ ସେ ସିଧାସଳଖ ହୋଟେଲ ଅଭିମୁଖେ ଯାଇଛନ୍ତି। ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ସି ଜିନପିଙ୍ଗଙ୍କ ସମେତ ବିଭିନ୍ନ ବ୍ରିକ୍ସ ସଦସ୍ୟ ଦେଶର ରାଷ୍ଟ୍ରମୁଖ୍ୟମାନେ ଭାରତ ମଣ୍ଡପମ୍‌ରେ ପହଞ୍ଚିବେ। ଏହାପରେ ଅପରାହ୍ନ ୨ଟା୩୦ ମିନିଟ୍‌ରେ ବ୍ରିକ୍ସ ସମ୍ମିଳନୀର ଶୁଭାରମ୍ଭ ହେବ, ଯେଉଁଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯିବ।
ଏହାପରେ ଅପରାହ୍ନ ୪ଟା୩୦ ମିନିଟ୍‌ରେ ନେତାମାନେ ‘ଭାରତ ଇନୋଭେଟ୍ସ’ ପ୍ରଦର୍ଶନୀ ପରିଦର୍ଶନ କରିବେ ଏବଂ ସନ୍ଧ୍ୟା ୫ଟାରେ ସମସ୍ତ ବିଶ୍ୱନେତାଙ୍କୁ ନେଇ ମିଳିତ ଫଟୋ (ଫ୍ୟାମିଲି ଫଟୋ) କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସନ୍ଧ୍ୟା ୫ଟା ୩୦ ମିନିଟ୍‌ରେ ସମସ୍ତ ସଦସ୍ୟ ଦେଶର ନେତାମାନେ ମିଳିତ ଭାବେ ବୃକ୍ଷରୋପଣ କରିବେ ଏବଂ ଶେଷରେ ସନ୍ଧ୍ୟା ୭ଟା୩୦ ମିନିଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଭାରତ ମଣ୍ଡପମ୍‌ର ଲେଭଲ୍-୩ରେ ବିଦେଶୀ ଅତିଥିମାନଙ୍କ ପାଇଁ ଏକ ଭବ୍ଯ ରାତ୍ରିଭୋଜନର ଆୟୋଜନ କରାଯାଇଛି।

hiranchal ad1
Leave A Reply

Your email address will not be published.

thirteen − 8 =