ଭାରତ ଆସିବ ପାକିସ୍ତାନ ଟିମ୍

0 72

ଚଣ୍ଡୀଗଡ଼: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଥରେ ଭାରତୀୟ ମାଟିରେ ନଜର ଆସିବ ପାକିସ୍ତାନ ହକି ଦଳ। ଆସନ୍ତା ‘ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ୨୦୨୬’ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ପାକିସ୍ତାନ ଟିମ୍ ଭାରତ ଗସ୍ତ କରିବ। ଏହି ବହୁପ୍ରତୀକ୍ଷିତ ମ୍ୟାଚ୍‌ ଗୁଡ଼ିକ ପଞ୍ଜାବର ମୋହାଲି ତଥା ଚଣ୍ଡୀଗଡ଼ରେ ଆୟୋଜନ ହେବ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ ପାକିସ୍ତାନ ଟିମର ଭାରତ ଗସ୍ତ ନେଇ ସ୍ପଷ୍ଟ କରିଛନ୍ତି।

hiring

ପାକିସ୍ତାନ ଦଳର ଭାରତ ଗସ୍ତକୁ ନେଇ ଗଣମାଧ୍ୟମକୁ ସୂଚନା ଦେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ କହିଛନ୍ତି ଯେ, “ଖେଳ ହେଉଛି ଭାଇଚାରା ଓ ପ୍ରେମର ପ୍ରତୀକ। କ୍ରୀଡ଼ା କ୍ଷେତ୍ରରେ କୌଣସି ସୀମାର ପ୍ରତିବନ୍ଧକ ରହିବା ଉଚିତ୍ ନୁହେଁ। ଆମେ ପାକିସ୍ତାନୀ ଖେଳାଳିମାନଙ୍କୁ ପଞ୍ଜାବକୁ ପୂର୍ଣ୍ଣ ଆଦର ଓ ସ୍ୱାଗତ ଜଣାଇବୁ। ସୁରକ୍ଷା ବ୍ୟବସ୍ଥାର ସମସ୍ତ ପ୍ରକାର କଡ଼ା ତଦାରଖ କରାଯିବ।

ମାନ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ପଞ୍ଜାବ ସଦାସର୍ବଦା କ୍ରୀଡ଼ାକୁ ପ୍ରୋତ୍ସାହିତ କରିଆସିଛି ଏବଂ ଏହି ଆନ୍ତର୍ଜାତୀୟ ଟୁର୍ନାମେଣ୍ଟ ମାଧ୍ୟମରେ ଦର୍ଶକଙ୍କୁ ପୁଣି ଥରେ ପାରମ୍ପରିକ ହକି ପ୍ରତିଦ୍ୱନ୍ଦ୍ୱିତା ଦେଖିବାର ସୁଯୋଗ ମିଳିବ।

hiranchal ad1
Leave A Reply

Your email address will not be published.

five × 4 =