ପୂର୍ତ୍ତ ବିଭାଗ ଏଇଇ ଅରବିନ୍ଦ ମହାନ୍ତି ଗିରଫ

0 91

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଆସିଷ୍ଟାଣ୍ଟ ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର(ଏଇଇ) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ ଗିରଫ କରିଛି। ତାଙ୍କ ବିରୋଧରେ ଆୟ ତୁଳନାରେ ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ରହିଛି।

ଭିଜିଲାନ୍ସ ପକ୍ଷରୁ ଚଢ଼ଉ ବେଳେ ଅରବିନ୍ଦ ମହାନ୍ତିଙ୍କ ନାମରେ ଓ ତାଙ୍କ ସମ୍ପର୍କିତ ସ୍ଥାନରୁ ୨ଟି କୋଠା, ପ୍ରାୟ ୫ ଏକର ଜମିରେ ଥିବା ଫାର୍ମ ହାଉସ୍‌ ଏବଂ ୨୩ଟି ପ୍ଲଟ୍‌ ଠାବ ହୋଇଥିବା ସୂଚନା ମିଳିଛି।

hiring

ସେହିପରି ଚଢ଼ଉ ସମୟରେ ପ୍ରାୟ ୩୦୦ ଗ୍ରାମ୍‌ ସୁନା, ୧୦ ଲକ୍ଷରୁ ଅଧିକ ଟଙ୍କା ନଗଦ ଏବଂ ପ୍ରାୟ ୭୦ ଲକ୍ଷ ଟଙ୍କାର ଜମା ରାଶି ଠାବ ହୋଇଛି। ଏଥିସହ ଗୋଟିଏ ଗାଡ଼ି ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି।

ଅରବିନ୍ଦ ମହାନ୍ତି ପୂର୍ବରୁ ବେତନଟୀ ସବ୍‌ଡିଭିଜନରେ ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ। ଠାବ ହୋଇଥିବା ସମ୍ପତ୍ତିର ମୂଲ୍ୟ ଓ ତାଙ୍କ ଆୟର ଉତ୍ସ ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ଅଧିକ ଯାଞ୍ଚ ଜାରି ରହିଛି।

ଭିଜିଲାନ୍ସର ତଦନ୍ତ ପରେ ଅରବିନ୍ଦ ମହାନ୍ତିଙ୍କୁ ଗିରଫ କରାଯାଇଥିବାବେଳେ ମାମଲା ସମ୍ପର୍କିତ ଅନ୍ୟାନ୍ୟ ଦିଗରେ ମଧ୍ୟ ତଦନ୍ତ ଚାଲିଛି।

hiranchal ad1
Leave A Reply

Your email address will not be published.

eight − 4 =