ଅଧିନାୟକ ପଦରୁ ଓହରିଲେ ହରମନପ୍ରୀତ

0 68

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦରୁ ସମସ୍ତ ଫର୍ମାଟରେ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏକ ଭାବପୂର୍ଣ୍ଣ ପୋଷ୍ଟ ମାଧ୍ୟମରେ ଏହି ନିଷ୍ପତ୍ତି ଘୋଷଣା କରି ଲେଖିଛନ୍ତି, ‘ଏହି ନିଷ୍ପତ୍ତି ନେବା ସହଜ ନଥିଲା। ଏଥିରେ ବହୁ ବର୍ଷର ସ୍ମୃତି, ଭାବନା, ତ୍ୟାଗ ଏବଂ ଏପରି କିଛି ମୁହୂର୍ତ୍ତ ଜଡ଼ିତ ରହିଛି ଯାହା ଜୀବନସାରା ମୋ ସହିତ ରହିବ।’
ହରମନପ୍ରୀତ କୌର ଆହୁରି ମଧ୍ୟ ଲେଖିଛନ୍ତି, ‘ମୁଁ ଏହି ଦଳ ଏବଂ ଭାରତୀୟ ମହିଳା କ୍ରିକେଟ ପାଇଁ ନିଜର ସର୍ବସ୍ବ ଦେଇଛିମୋର ରକ୍ତ, ଝାଳ, ସମୟ ଏବଂ ଅନେକ ସମୟରେ ନିଜ ଖେଳ ଓ ବ୍ୟକ୍ତିଗତ ଆକାଂକ୍ଷାର କିଛି ଅଂଶ ମଧ୍ୟ। ଏପରି କିଛି ମୁହୂର୍ତ୍ତ ଆସିଥିଲା ଯେତେବେଳେ ମୋତେ ମୋର ବ୍ୟକ୍ତିଗତ ପ୍ରଦର୍ଶନ, ବ୍ୟକ୍ତିଗତ ବିକାଶ ଏବଂ ନିଜ ଇଚ୍ଛାକୁ ପଛରେ ପକାଇବାକୁ ପଡ଼ିଥିଲା, କାରଣ ମୁଁ ବିଶ୍ୱାସ କରୁଥିଲି ଯେ ଦଳ ସର୍ବୋପରି।’

hiranchal ad1
Leave A Reply

Your email address will not be published.

sixteen − 16 =