ସିଜେପିର ଦୁଇ ନେତା ଗିରଫ

0 73

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଜନ୍ତରମନ୍ତରରେ ବିନା ଅନୁମତିରେ ପ୍ରବେଶ ଅଭିଯୋଗରେ CJPର ଦୁଇଜଣ ନେତା ଗିରଫ । ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ୫ ଦିନ ପାଇଁ ନ୍ୟାୟିକ ହାଜତକୁ ପଠାଯାଇଛି । ବୁଧବାର ଉଭୟଙ୍କୁ ସ୍ୱତନ୍ତ୍ର କାର୍ଯ୍ୟାଳୟ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯାଇଥିଲା । ଅନ୍ୟ ଜଣେ ନେତା ଅଜିଙ୍କ୍ୟ ସିନ୍ଦେଙ୍କୁ ନ୍ୟାୟିକ ହାଜତକୁ ପଠାଯାଇ ନାହିଁ । ଏହି ତିନି ନେତାଙ୍କୁ ବ୍ୟାରିକେଡ୍ ଭାଙ୍ଗି ସେହି ଅଞ୍ଚଳରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି । ଏହି ସମୟରେ ସେମାନେ ମତଦାତା ତାଲିକାର ସ୍ୱତନ୍ତ୍ର SIR ରେ ଅନିୟମିତତା ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ନାରାବାଜି କରିଥିଲେ ।

hiring

ଅଧିକାରୀଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ଭୋର ସମୟରେ CJPର ତିନିଜଣ ନେତାଙ୍କୁ ଅଟକ ରଖାଯାଇଥିଲା । ବିନା ଅନୁମତିରେ ଜନ୍ତରମନ୍ତରର ପ୍ରଦର୍ଶନ ସ୍ଥଳରେ ପ୍ରବେଶ ଏବଂ ବ୍ୟାରିକେଡ୍ ପାର୍ କରିଥିବା ନେଇ ଅଭିଯୋଗ କରାଯାଇଥିଲା । ବୁଧବାର ତିନିଜଣଙ୍କୁ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ହାଜର କରାଯିବା ପରେ ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ୫ ଦିନିଆ ନ୍ୟାୟିକ ହାଜତକୁ ପଠାଯାଇଥିଲା । ପୁଲିସ ସୂଚନା ମୁତାବକ, ତିନିଜଣଙ୍କ ବିରୋଧରେ ନିଷେଧାଦେଶ ଉଲ୍ଲଂଘନ, ଶାନ୍ତି ବଜାୟ ରଖିବା ପାଇଁ ଦିଆଯାଇଥିବା ବଣ୍ଡ୍‌ର ଉଲ୍ଲଂଘନ ଏବଂ ସରକାରୀ କର୍ମଚାରୀଙ୍କ କାର୍ଯ୍ୟରୋଧ ସମେତ ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି । ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ଶନିବାର ଦିନ ଦିଲ୍ଲୀର ଏକ ପ୍ରଦର୍ଶନ ସମୟରେ ମଧ୍ୟ ଅଟକ ରଖାଯାଇଥିଲା । ସେହି ସମୟରେ ଉଭୟେ ବର୍ଷେ ପାଇଁ ଶାନ୍ତି ବଜାୟ ରଖିବାର ବଣ୍ଡ୍ ଦାଖଲ କରିଥିଲେ । ଏହାସତ୍ତ୍ୱେ ମଙ୍ଗଳବାର ପୁଣିଥରେ ଜନ୍ତରମନ୍ତରରେ ବିନା ଅନୁମତିରେ ପ୍ରବେଶ ମାମଲାରେ ସେମାନଙ୍କୁ ଅଟକ ନିଆଯାଇଥିଲା ।

hiranchal ad1
Leave A Reply

Your email address will not be published.

18 − 18 =